ସଜେଇ ହେଉଛି ହିଲଭିୟୁ ପାର୍କ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ମ୍ୟୁଜିକାଲ ଫାଉଣ୍ଟେନ୍‌,ଦେଖନ୍ତୁ ଭିଡିଓ

ଦାରିଙ୍ଗବାଡି, ୨୭।୧୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ପାଇଁ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଅଣ୍ଟା ଭିଡ଼ିଛନ୍ତି। ସେ ପ୍ରଥମେ କଫି ବଗିଚାକୁ ରୁପାନ୍ତର କାର୍ଯ୍ୟ କରି ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥିବାବେଳେ ଏନେଇ ସେ ଚର୍ଚ୍ଚାରେ ରହିଥିବାବେଳେ ଏବେ ହିଲଭିୟୁ ପାର୍କର ରୁପାନ୍ତର କାର୍ଯ୍ୟକୁ ଜୋରଦାର କରିଛନ୍ତି। ଉଚ୍ଚ କ୍ଷମତା ସମ୍ପନ୍ନ ୱାଚ ଟାୱାର ନିର୍ମାଣ ସହ ପର୍ଯ୍ୟଟକଙ୍କ ପାଇଁ ପାର୍କ ପରିସର ମଧ୍ୟରେ ରହିଥିବା ଅତି ପୁରାତନ ଜଳ ଫୁୱାରାକୁ ବାହାର କରି ସେହି ସ୍ଥାନରେ ମ୍ୟୁଜିକାଲ ମ୍ୟୁଜିକାଲ ଫାଉଣ୍ଟେନକୁ ସ୍ଥାପନ କରିଛନ୍ତି। ଦେଶାତ୍ମକ ସଙ୍ଗୀତ ସହ ବିଭିନ୍ନ ସୁନ୍ଦର ସଙ୍ଗୀତ ମାଧ୍ୟମରେ ମ୍ୟୁଜିକାଲ ଫାଉଣ୍ଟେନର ରଙ୍ଗ ବେରଙ୍ଗ ଆଲୋକ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରୁଛି। ସନ୍ଧ୍ୟା ହେଲେ ରଙ୍ଗବେରଙ୍ଗ ଆଲୁଅରେ ହିଲଭିୟୁ ପାର୍କ ଝଲସି ଉଠୁଛି। ଏବେ ଦିନ ଅପେକ୍ଷା ରାତିରେ ପର୍ଯ୍ୟଟକ ଅଧିକ ପାର୍କ ପ୍ରତି ଆକୃଷ୍ଟ ହେଉଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ଡିସେମ୍ବର ସୁଦ୍ଧା ଆହୁରି ପାର୍କର ସୌନ୍ଦର୍ଯ୍ୟ କାର୍ଯ୍ୟ କରାଯାଇଥିବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ହିଲଭିୟୁ ପାର୍କ ଟି ସାଂଜାସାରୁ ଉନ୍ନୟନ ଟ୍ରଷ୍ଟ ଅଧୀନରେ ରହିଥିବାବେଳେ ଏହାର ଅଧ୍ୟକ୍ଷ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ସମ୍ପାଦକ ବିଡ଼ିଓ ରହିଛନ୍ତି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ପାର୍କର ରୂପାନ୍ତର କାର୍ଯ୍ୟକୁ ଜୋରଦାର କରାଯାଉଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily