ଭଞ୍ଜନଗର,୧୬।୯(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ
ପାହାଡ ଧସି ବ୍ୟାପକ କ୍ଷୟକ୍ଷତି ହୋଇଛି। ପାହାଡ ଧସିବା ଯୋଗୁ ଏକ କଲଭର୍ଟ ଭାଙ୍ଗି ଯାଇଛି। ଫଳରେ ଭଞ୍ଜନଗର ଫୁଲବାଣୀ ଜାତୀୟ ରାଜପଥ ବନ୍ଦ ହୋଇଯାଇଅଛି। ଖବର ପାଇ ଉଭୟ ଜିଲାର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳକୁ ଯାଇଛନ୍ତି। ବିଗତ ଦୁଇ ମାସ ହେବ ଏହି ଅଞ୍ଚଳରେ ବାରମ୍ବାର ବର୍ଷା ଯୋଗୁ ଏହି ସମସ୍ୟା ଦେଖାଦେଇଛି। କିଛି ଦିନ ପୁର୍ବେ ଏକ ବିରାଟ ପଥର ଖସିଲା। କିନ୍ତୁ ଆଜି ଅତଡା ଖଣ୍ଡ ଭଳି ପାହାଡ଼ ଧସିଥିଲା। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।