ଅବମାନନା ମାମଲାରେ ୪ ପୋଲିସଙ୍କୁ ଜେଲ ପଠାଇଲେ ହାଇକୋର୍ଟ

ଖେଡା,୧୯।୧୦: ଗୁଜରାଟର ଖେଡା ଜିଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ଅଭିଯୋଗରେ କୋର୍ଟଙ୍କ ଅବମାନମା ମାମଲାରେ ହାଇକୋର୍ଟ ଗୁରୁବାର ୪ ପୋଲିସକର୍ମୀଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି। କୋର୍ଟ ଦୋଷୀଙ୍କ ଉପରେ ୨୦୦୦ଟଙ୍କାର ଜରିମାନା ବି କରିଛନ୍ତି।

ପ୍ରାୟ ଏକ ବର୍ଷ ପୂର୍ବେ ଏହି ଘଟଣା ଘଟିଥିଲା। ଏହାପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ କୋର୍ଟଙ୍କ ନିକଟରେ ଏମାନେ ଆବେଦନ କରିଥିଲେ ଏବଂ ଏଥିପାଇଁ ସମୟ ମାଗିଥିଲେ। ଫଳରେ ରାୟକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।
ଜଷ୍ଟିସ ଏସ ସୁପୋହିୟା ଏବଂ ଜଷ୍ଟିସ ଗୀତା ଗୋପିହାଦଙ୍କ ବେଞ୍ଚ ଯୁବକଙ୍କୁ ସର୍ବସାଧାରଣ ସ୍ଥାନରେ ମାଡ ମାରିବା ଅମାନବୀୟ ତଥା ମାନବିକତା ବିରୁଦ୍ଧ ବୋଲି କହିବା ସହ ଦୋଷୀ ପୋଲିସକୁ ମଧ୍ୟ ତାଗିଦ କରିଛନ୍ତି।
ଅକ୍ଟୋବର୩,୨୦୨୨ରେ ଗୁଜୁରାଟର ଅନ୍ଧେଲା ଗ୍ରାମରେ ଗରବା କାର୍ଯ୍ୟକ୍ରମରେ ପ୍ରାୟ ୨୦୦ଜଣ ଲୋକ ପଥର ଫିଙ୍ଗି ଏହି ଅଞ୍ଚଳର ସ୍ବାମୀନାରାୟଣ ମନ୍ଦିରକୁ ନଷ୍ଟ କରିଦେଇଥିଲେ। ଏହା ପରେ ସୋସିଆଲ ମିଡିଆରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ପୋଲିସ ଜନସାଧାରଣଙ୍କୁ କିଛି ଯୁବକଙ୍କୁ ମାଡ ମାରୁଥିବାର ଦେଖାଯାଇଥିଲା। ଏହି ପ୍ରସଙ୍ଗରେ ଗୁଜରାଟ ପୋଲିସକୁ ବହୁ ସମାଲୋଚନା କରାଯାଇଥିଲା। ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଇଥିଲେ।

Share
Tags: high court