Pakistan: ପାକିସ୍ତାନରେ ହାଇଆଲର୍ଟ, ବାଜିଲା ଯୁଦ୍ଧ ସାଇରନ୍‌

ପେଶାୱାର,୧।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଘଟଣା ପରେ ପାକିସ୍ତାନରେ ଭାରତୀୟ ଆକ୍ରମଣର ଭୟ ବ୍ୟାପିଛି। ଏହି ଭୟ ଯୋଗୁଁ ପାକିସ୍ତାନ ତା’ର ଅନେକ ସହରରେ ଜରୁରୀ ସାଇରନ ଲଗାଇଛି। ଖୈବର ପଖତୁନଖୱା ସରକାର ପେଶାୱାର, ଏବଟାବାଦ, ମାର୍ଦାନ ସମେତ ପାକ୍‌ର ୨୯ଟି ସହରରେ ସାଇରନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସାଇରନଗୁଡିକର ଉଦ୍ଦେଶ୍ୟ ହେଉଛି କୌଣସି ସମ୍ଭାବ୍ୟ ଆକ୍ରମଣ ସମୟରେ ନାଗରିକମାନଙ୍କୁ ସତର୍କ କରାଇବା।

ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତୀୟ ସେନା ସୀମାରେ କଡ଼ା ନଜର ରଖିଛି, ଏବଂ ଉଭୟ ଦେଶ ମଧ୍ୟରେ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରେ ଗୁଳି ବିନିମୟ ଜାରି ରହିଛି।

ଖୈବର ପଖତୁନଖୱା ସରକାରଙ୍କ କହିବା ଅନୁସାରେ, ଯୁଦ୍ଧ କିମ୍ବା ଜରୁରୀ ପରିସ୍ଥିତି ସମୟରେ ନାଗରିକମାନଙ୍କୁ ସତର୍କ କରାଇବା ପାଇଁ ଏହି ସାଇରନ ସିଷ୍ଟମର ଗୁରୁତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ। ଏହି ସାଇରନଗୁଡିକ ସ୍ଥାପନ କରାଯାଇଛି ଯାହା ଦ୍ୱାରା ଯୁଦ୍ଧ କିମ୍ବା ଅନ୍ୟ କୌଣସି ବିପଦ ସମୟରେ ଲୋକମାନଙ୍କୁ ତୁରନ୍ତ ସୂଚନା ଦିଆଯାଇ ପାରିବ।

 

Share