Categories: Home Leftଖେଳ

ହେଟମେୟର, ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେ ଆଗରେ ୨୫୫ ରନ୍‌ର ବିଶାଳ ଟାର୍ଗେଟ୍‌

ମୁମ୍ବାଇ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୬ ଉଇକେଟ ହରାଇ ୨୫୪ ରନ୍‌ କରିଛି। ଓ୍ବେଷ୍ଟଇଣ୍ଡିଜ୍‌ ପାଇଁ ଟି୨୦ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଦଳଗତ ସ୍କୋର। ଅନ୍ୟପକ୍ଷରେ ଟୁର୍ନାମେଣ୍ଟ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ଦଳଗତ ସ୍କୋର।

ପାଇ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଆରମ୍ଭରୁ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା। ବ୍ରାଣ୍ଡନ କିଙ୍ଗ ୯ ଓ ଅଧିନାୟକ ଶାଇ ହୋପ ୧୪ ରନ କରି ଆଉଟ୍‌ ହୋଇଥିଲେ। ନଂ-୩ରେ କ୍ରମରେ ବ୍ୟାଟିଂ କରିଥିବା ହେଟମେୟର, ପାଓ୍ବେଲଙ୍କ ସହ ମିଶି ତୃତୀୟ ଉଇକେଟରେ ୫୨ ବଲରେ ଦ୍ରୁତ ୧୨୨ ରନ ଯୋଡ଼ିଥିଲେ। ଟି୨୦ ବିଶ୍ୱକପ୍‌ ଇତିହାସରେ ଏହା ଓ୍ବେଷ୍ଟଇଣ୍ଡିଜ୍‌ ପାଇଁ ତୃତୀୟ ସବୁଠୁ ବଡ଼ ଭାଗୀଦାରି ଥିଲା। ହେଟମେୟର ୩୪ ବଲରେ ୮୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ପାଳିରେ ୭ ଲେଖାଏ ଚୌକା ଓ ଛକା ସାମିଲ ଥିଲା।

ସେହିଭଳି ପାଓ୍ବେଲ ୩୫ ବଲରେ ୪ ଲେଖାଏ ଚୌକା ଓ ଛକା ସହାୟତାରେ ୫୯ ରନ ପାଳି ଖେଳି ପାଭିଲିଅନ ଫେରିଥିଲେ। ଏହାପରେ ରୋମାରିଓ ଶେଫର୍ଡ ୧୦ ବଲରେ ୨୧ (୩ ଛକା) ଓ ଜାସନ ହୋଲ୍ଡର ୪ ବଲରେ ୧୩ (୨ ଛକା) ରନର ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ଶରଫେନ ରଦରଫୋର୍ଡ ୧୩ ବଲରେ ୩ ଚୌକା ଓ ୨ ଛକା ସହାୟତାରେ ୩୧ ରନ କରି ଅପରାଜିତ ରହିଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୫୪ ରନ୍‌ କରିଥିଲା।

Share