Categories: ବାଣିଜ୍ୟ

ଆସିଲା ନୂଆ ଆପ୍ରିଲିଆ ଏସ୍‌ଏକ୍ସଆର୍‌ ୧୬୦

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଦୁଇଚକିଆ ଯାନ ବଜାରରେ ଏକ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସ୍କୁଟର ଆପ୍ରିଲିଆ ଏସ୍‌ଏକ୍ସଆର ୧୬୦ର ବଜାର ପ୍ରବେଶ ହୋଇଛି। ଏହାର ଅଧିକୃତ ଡିଲରଶିପ ୩ ଏସ୍‌ ମୋର୍ଟସ ପକ୍ଷରୁ ଏହି ନୂତନ ମଡେଲକୁ ମଙ୍ଗଳବାର ସ୍ଥାନୀୟ ଲକ୍ଷ୍ମୀସାଗରସ୍ଥିତ ଶୋ’ରୁମ୍‌ ପରିସରରେ ଉନ୍ମୋଚନ କରାଯାଇଛି। ଏହି ଅବସରରେ କମ୍ପାନୀର ଆର୍‌ଏମ୍‌ (୩ ହ୍ବିଲର୍ସ ବିଜ୍‌ନେସ୍‌) କେ.ଏନ୍‌.ଏସ୍‌.ଭି.ରାମା ରାଓ, ପିଆଜିଓ ଭେଇକିଲ୍ସି ପ୍ରାଇଭେଟ ଲିମିଟେଡ୍‌ର ଆର୍‌ଏମ୍‌ ୨ହ୍ବିଲର୍ସ ବିଜ୍‌ନେସ ସୁରଜ ସୁମନ ଏବଂ ୩ ଏସ୍‌ ମୋଟର୍ସର ମ୍ୟାନେଜିଂ ପାର୍ଟନର ପ୍ରମୋଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୂଆ ମଡେଲରେ ବୃହତ୍‌ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ସହ ୪ ଷ୍ଟ୍ରୋକ୍‌ ଇଞ୍ଜିନ ରହିଛି। ସେହିଭଳି ସିଙ୍ଗଲ ସିଲିଣ୍ଡର, ଏୟାର କୁଲ୍‌ଡ ବକ୍ସ, ୩ ଭାଲ୍‌ବ ଫୁଏଲ ଇଞ୍ଜେଙ୍କସନ କ୍ଲିନ୍‌ ଏମିସନ ଇଞ୍ଜିନ ଟେକ୍ନୋଲୋଜି, ବୃହତ୍‌ ଫୁଏଲ ଟ୍ୟାଙ୍କ (୭ ଲିଟର) ଏବଂ ୪ଟି କଲର (ରେଡ୍‌, ବ୍ଲୁ, ହ୍ବାଉଟି ଏବଂ ବ୍ଲାକ୍‌) ବିକଳ୍ପରେ ଏହା ଉପଲବ୍ଧ ହେଉଛି। ଏହି ଅବସରରେ ପିଆଜିଓ ଭେଇକିଲ୍ସି ପ୍ରାଇଭେଟ ଲିମିଟେଡ୍‌ର ଆର୍‌ଏମ୍‌ ୨ହ୍ବିଲର୍ସ ବିଜ୍‌ନେସ ସୁରଜ ସୁମନ କହିଛନ୍ତି, ଗ୍ରାହକଙ୍କୁ ଏହା ଏକ ଭିନ୍ନ ଧରଣର ଡ୍ରାଇଭିଂ ପ୍ରଦାନ ସହ ଶାନ୍ତ-କ୍ଳାନ୍ତ ମୁକ୍ତ ଗମନାଗମନର ମଜା ଦେବ। ଏହି ମଡେଲରେ ଅନେକ ପ୍ରକାର ସୁବିଧା ଓ ଫିଚର ରହିଛି। ଏଥିରେ ଆଣ୍ଟି ଲକ୍‌ ବ୍ରେକିଂ ସିଷ୍ଟମ (ଏବିଏସ୍‌) ସୁବିଧା ସହିତ ମହଜୁଦ ଡିସ୍‌ ବ୍ରେକ୍‌ ,୩ କୋଟ୍‌ ଏଚ୍‌ଡି ବଡି ପେଣ୍ଟ ସହ ୪ଟି ଆକର୍ଷଣୀୟ କଲର ରହିଛି। ଏହାର ସମସ୍ତ ଫିଚର ଗ୍ରାହକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ସେ ମତ ଦେଇଛନ୍ତି। ଏହାର ଏକ୍ସ ଶୋ’ରୁମ୍‌ ବଜାର ଦର ୧,୨୮,୬୮୭ ଟଙ୍କା ରହିଥିବା ସୂଚନା ମିଳିଛି।

Share