ଗୁଣପୁର,୨।୧(ପ୍ରଦୀପ କୁମାର ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷାରୁ ରାୟଗଡ଼ା ଜିଲାର ଗୁଣପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି। ସକାଳୁ ୧୬୦ ମି.ମି. ବର୍ଷା ରେକର୍ଡ୍ ହୋଇଛି। ବଂଶଧାରା ନଦୀର ବିପଦ ସଙ୍କେତ ୮୪ ମିଟରରେ ରହିଥିବାବେଳେ ରାତି ୯ଟାରେ ୮୩.୮୫ ମିଟରରେ ପ୍ରବାହିତ; ଏହା ଏବର୍ଷର ପ୍ରଥମ ବନ୍ୟାଜଳ।
ଟଲଣା-ବଡ଼ମସିଂ ରାସ୍ତାରେ ଗେଡୁ ବ୍ରିଜର ଆପ୍ରୋଚ୍ ଧୋଇ ହୋଇଯାଇଛି, ୧୦ଟି ଗାଁ ପ୍ରଭାବିତ ଓ ଚଳାଚଳ ବନ୍ଦ। ଶଗଡ଼ା ଗାଁରେ ନାଳରୁ ପାଣି ପ୍ରବାହରୁ ଧାନ ଜମି ବାଲିଚର, କାଟିବା ପୂର୍ବରୁ ନଷ୍ଟ। ପୁଟସିଂ-ଶଗଡ଼ା ରାସ୍ତା ବାଧାପ୍ରାପ୍ତ। ଚାଷୀମାନେ ସରକାରୀ ସହାୟତା ଅପେକ୍ଷରତ।
ଗୁଣପୁର ଉପଜିଲାପାଳ ଦିଲୀପ ଅଭିଷେକ ଦୁଧାଲ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରି ଅଧିକାରୀମାନଙ୍କୁ ଯୁଦ୍ଧକାଳୀନ ଭାବେ କାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୁଟସିଂ ବାଳିକା ବିଦ୍ୟାଳୟର ଭାଙ୍ଗିଥିବା ପାଚେରୀ, ଶଗଡ଼ା-ପୁଟସିଂ ରାସ୍ତା, ଟଲଣା-ଡ଼ମ୍ବସରା କଲଭର୍ଟ ଓ ବ୍ରିଜ ପରିଦର୍ଶନ କରିଛନ୍ତି।