ଲଗାଣ ବର୍ଷା, ରାସ୍ତା ମଝିରେ ଭାଙ୍ଗିଲା ବିରାଟ କାୟ ଆମ୍ବଗଛ: ଯାତାୟାତ ଠପ୍‌

ରାୟଗଡ଼ା,୨୫/୮(ଆଶିଷ ରଞ୍ଜନ ପଣ୍ଡା/ ପ୍ରଫୁଲ୍ଲ କୁମାର ବେହେରା):ଲଗାଣ ବର୍ଷାରେ ରାସ୍ତା ମଝିରେ ଭାଙ୍ଗିଲା ବିରାଟ କାୟ ଆମ୍ବଗଛ। ୪୪ ନଂ ରାଜ୍ୟ ରାଜପଥ ମଣ୍ଡଳଗୁଡା ଗ୍ରାମନିକଟରେ ଆମ୍ବ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି। ଫଳରେ ଟିକିରି ଓ କାଶିପୁରଠାରୁ ରାୟଗଡା ଏବଂ କୋରାପୁଟ ଚଳାଚଳ ଠପ ହୋଇଯାଇଛି। ଗଛ ପଡ଼ି ରାସ୍ତା ଅବରୋଧ କାରଣରୁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିଗୁଡିକ ଅଟକି ରହିଛି।