ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ): ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ଦିନ ହେଲା ତୁହାକୁ ତୁହା ବର୍ଷା ଲାଗିରହୁଛି ଫଳରେ ଅଞ୍ଚଳ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଉକ୍ତ ଅଞ୍ଚଳର ପାଙ୍ଗାଲି ଘାଟିରେ ମାଟି ଅତଡ଼ା ସହ ଗଛ ଗୁଡିକ ଖସି ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ, ମୋହନା, ବ୍ରହ୍ମପୁରକୁ ଗାଡି ଚଳାଚକ ବନ୍ଦ ହୋଇଯାଇଥିଲା। ଖବର ପାଇ ଦାରିଙ୍ଗବାଡିର ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ବିଭାଗର କର୍ମଚାରୀ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ବିରାଟକାୟ ଗଛ ଗୁଡିକୁ କାଟି ସଫା କରିଥିଲେ। ରାସ୍ତା କଡ଼ରେ ମାଟି ଓ ପଥର ମଧ୍ୟ ଖସିଥିବାରୁ ସେହି ରାସ୍ତାରେ ଯାତାୟାତ ପାଇଁ ଲୋକଙ୍କ ମଧ୍ୟରେ ଭୟ ଦେଖାଯାଇଛି। ଖବର ଲେଖିବା ସୁଦ୍ଧା ଅଗ୍ନିଶମ ବିଭାଗର କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରି ରାସ୍ତାରୁ ଗଛ ହଟାଇବା ଗାଡିମୋଟର ଯାତାୟାତର ସୁବିଧା କରିଛନ୍ତି।