ବାତ୍ୟା ‘ମେନ୍ଥା’ ଯୋଗୁ ଲଗାଣ ବର୍ଷା: ପାତ୍ରପୁର ବ୍ଲକର ସ୍ଥିତି ବେହାଲ, ୪ ପଞ୍ଚାୟତ…

ପାତ୍ରପୁର,୨୯ା୧୦(ଉମା ଚରଣ ନେପାକ): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଞ୍ଜାମ ଜିଲାରେ ବର୍ଷା ହୋଇଥିଲା। ଜିଲାରେ ସର୍ବାଧିକ ବର୍ଷା ପାତ୍ରପୁର ବ୍ଲକରେ ହୋଇଥିବା ରେକର୍ଡ କରାଯାଇଥିଲା। ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ବୁଧବାର ସା ସୁଦ୍ଧା ବର୍ଷା ଲାଗି ରହିଥିବା ବେଳେ ପଦ୍ମତୋଳା ନାଳର ବଢ଼ି ପାଣି ଆସି ସୁବର୍ଣ୍ଣପୁର, ଗୁଣ୍ଡୁରା, ଲାଲ୍କକମାଗାଁ, ଖଣ୍ଡଦେଉଳି, ବୋରିବାଡ, ଜୟନ୍ତିପୁର, ଖମ୍ବାରିଗାଁ ସମେତ ନାଳର ପାଶ୍ୱର୍ର୍ବର୍ତ୍ତୀ ଚାଷ ଜମି ଜଳମଗ୍ନ ହୋଇପଡିଛି। ବୋରିବାଡ ଅଙ୍ଗନୱାଡି କେନ୍ଦ୍ର ଓ ବିଭିନ୍ନ ସରକାରୀ ହତା ଭିତରେ ପାଣି ଜମି ରହିଛି। ପଦ୍ମତୋଳା ନାଳରେ ପ୍ରବଳ ପାଣି ଆସିବା ଫଳରେ କେଶରୀପଡ଼ାକୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଆଙ୍କୁଲି ପଞ୍ଚାୟତ ତିତିରିସିଙ୍ଗି ନିକଟରେ ମାଟି ଅତଡ଼ା ଖସିବା ସହ ପଥର ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ପୂର୍ତ୍ତ ବିଭାଗ ଦ୍ୱାରା ତାହା ସଫେଇ କରାଯାଇଛି।

Dharitri – Odisha’s No.1 Odia Daily

Share