Categories: HomeHome Left

ଆଜି ତାଣ୍ଡବ ରଚିବ କାଳବୈଶାଖୀ: ୧୬ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୫ା୫(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ଜାରି ରହିଛି। ଦିନରେ ଖରା ଗୁଳୁଗୁଳି ଓ ଅପରାହ୍ନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପବନ ଜନଜୀବନକୁ ପ୍ରଭାବିତ କରୁଛି। ରବିବାର କାଳବୈଶାଖୀରେ ସାରା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ସୋମବାର ୧୬ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଓ ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ୟେଲୋ
ଓ୍ବାର୍ନିଂ ଜାରି କରାଯାଇଥିବା ଜିଲାଗୁଡ଼ିକ ମଧ୍ୟରେ ଢେଙ୍କାନାଳ, ଜଗତ୍‌ସିଂହପୁର, କଟକ, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଅନୁଗୋଳ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ରହିଛି। ସେହିପରି ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଓ୍ବାର୍ନିଂ ରହିଛି। ସତର୍କ ସୂଚନା ଜାରି ହୋଇଥିବା ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ବର୍ଷା ପ୍ରଭାବରେ ରାଜ୍ୟରେ ତାତି ହ୍ରାସ ପାଇଛି।