ଧର୍ମଶାଳା,୨୦।୯: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ କାଏମା ପଞ୍ଚାଯତର ଦାସସାହି ଗ୍ରାମର ବଟଦାସଙ୍କ ଏକ ଚାଳ ଛପର ଘର ବଜ୍ରପାତରେ ଜଳିଯାଇଛି।
ମିଳିଥିବା ସୂଚନା ଅନୁସାରେ, ଏହି ଚାଳ ଛପର ଘରେ ଦୀର୍ଘ ଦିନ ହେବ ବାରିଣି ରାଉତ ଏବଂ ତାଙ୍କ ସ୍ତ୍ରୀ ଭଡାରେ ରହି ଆସୁଥିଲେ। ଶନିବାର ଅପରାହ୍ନ ସମୟରେ ଅଚାନକ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ହହାତ୍ ଏକ ବଜ୍ରପାତରେ ଘର ଉପରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲେ ସୁଦ୍ଧା ପହଞ୍ଚି ବାରେ ବିଳମ୍ବ ହେବାରୁ ଲୋକେ ବାଲ୍ଟି ସାହାଯ୍ୟରେ ପାଣି ପକାଇ ଲିଭାଇ ବାକୁ ପ୍ରାୟାସ ଜାରି ରଖିଛନ୍ତି। ପରେ ଅଗ୍ନିଶମ ବହାନି ପହଞ୍ଚି ଥିଲେ। ଏହି ସମୟରେ ସ୍ବାମୀ ସ୍ତ୍ରୀ ଘରେଥିଲେ।