୩୯ଟି ଜିଲାକୁ ଆଲର୍ଟ: ୮ଜିଲାରେ ବନ୍ଦ ରହିବ ସ୍କୁଲ

ଭୋପାଳ,୨୨।୮: ମଧ୍ୟପ୍ରଦେଶରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁ ମଧ୍ୟପ୍ରଦେଶର ୩୯ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଭୋପାଳ ସମେତ ୮ଟି ଜିଲାର ସ୍କୁଲକୁ ବନ୍ଦ କରିଦିଆଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭୋପାଳର ବଡ଼ ବଡ଼ ପୋଖରୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ପୋଖରୀରେ ସମୁଦ୍ର ଭଳି ତରଙ୍ଗ ଉଠୁଥିବାର ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ପାଣି ଜମିରହିଥିବାରୁ ଯାତାୟତ ଠପ୍‌ ହୋଇଯାଇଛି।