ବାଦଲ ଫଟା ବର୍ଷା: ୩ ମୃତ, ସ୍ଥିତି ଗମ୍ଭୀର

ଜମ୍ମୁ-କଶ୍ମୀର,୨୬।୮: ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା ଜାରି ରହିଛି। ଏପରିକି ଡୋଡାରେ ବାଦଳଫଟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ବର୍ଷା ବିତ୍ପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏପରିକି ୨୭ ଅଗଷ୍ଟରେ ହେବାକୁ ଥିବା ଦଶମ ଏବଂ ଏକାଦଶ ଶ୍ରେଣୀର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜମ୍ମୁ ଏବଂ କଶ୍ମୀର ସ୍କୁଲ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ସମ୍ପର୍କରେ ନୂତନ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।

ତିନି ଦିନ ଧରି ଅଞ୍ଚଳରେ ଲଗାଣ ବର୍ଷା ହେଉଥିବା ବେଳେ ସୋମବାର ରାତିରେ ପ୍ରବଳ ବର୍ଷା ହୋଇଛି। ଚାରୱା ଏବଂ ରାରହାର ଦୁଇଟି ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ଫଳରେ କେତେକ ସ୍ଥାନରେ ଫୁଟ ବ୍ରିଜ ଧୋଇ ଯାଇଥିବା ଜଣାପଡିଛି। ଏପରିକି ଚେନାବ ନଦୀର ବିପଦ ସ୍ତର ଉପରେ ଅଛି।

Share