ଜୋରଦାର ଧରପଗଡ଼: ବ୍ରାଉନସୁଗାର ଜବତ, ବଡ଼ ଚେନ୍‌ ଥିବା ସନ୍ଦେହ

ହାଟଡିହୀ,୩୧l୭(ଶୁଭକାନ୍ତ ନାୟକ):କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡୁଙ୍କ ତତ୍ତ୍ୱାବଧାନ ଏବଂ ନିର୍ଦ୍ଦେଶରେ ମଙ୍ଗଳବାର ରାତିରୁ ସ୍ବତନ୍ତ୍ର ଟିମ ଗଠନ କରି ଆନନ୍ଦପୁର ଏବଂ ଘସିପୁରା ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରପଗଡ଼ କରାଯାଉଛି। ଅଦ୍ୟାବଧି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି l
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଏସପି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି l ଏସପି ଦାଗୁଡୁଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ଅଦ୍ୟାବଧି ପ୍ରାୟ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି l ୨୦ ଜଣଙ୍କୁ ଚଢ଼ାଉ କରି ଧରାଯାଇଛି l ନଗଦ ୮ ଲକ୍ଷ ଟଙ୍କା ଜବତ ହୋଇଛି l ଏପରି ଚଢ଼ାଉ ଆହୁରି ଆଗକୁ ହେବ l ଜନସାଧାରଣ ସହଯୋଗ ମଧ୍ୟ ପୋଲିସ ପାଇଁ ଦରକାର l ଆନନ୍ଦପୁର ଡ଼ିଏସପି ପ୍ରଶାନ୍ତ ବେହେରା କହିଛନ୍ତି ଯେ ଧରାପ ବ୍ୟକ୍ତିମାନଙ୍କୁ ବିଭିନ୍ନ ସ୍ଥାନରେ ରଖାଯାଇଛି l ଏକ ବଡ଼ ଚେନ ଏଥିରେ କାର୍ଯ୍ୟ କରୁଛି l ଅଦ୍ୟାବଧି ଚଢ଼ାଉ ଜାରି ରହିଛି l ଗୁରୁବାର ଏକ ପ୍ରେସ ବିବୃତ୍ତିରେ ସମ୍ପୂର୍ଣ୍ଣ ଘଟଣା କୁହାଯିବ l ଏସପି ଦାଗୁଡୁଙ୍କ ଏପରି ଅଚାନକ ଚଢ଼ାଉକୁ ଅଞ୍ଚଳବାସି ସ୍ବାଗତ କରିଥିବା ବେଳେ ପୋଲିସର ଏପରି ପଦକ୍ଷେପ କେନ୍ଦୁଝର ପୋଲିସ ଇତିହାସରେ ପ୍ରଥମ ବୋଲି ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି କହିଛନ୍ତି l