ବଢୁଛି ହାର୍ଟଆଟାକ୍‌ ଆଶଙ୍କା: ଜାଣନ୍ତୁ କେମିତି ରଖିବେ ହାର୍ଟକୁ ସୁସ୍ଥ

ଆଜିର ସମୟରେ ଚିନ୍ତାଜନକ ହେଉଛି ହୃଦ୍‌ରୋଗ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ତଥ୍ୟ ଅନୁଯାୟୀ ପ୍ରତିବର୍ଷ ପାଖାପାଖି ୧ କୋଟି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ଅସ୍ବାଭାବିକ ମୃତ୍ୟୁ ହୃଦ୍‌ରୋଗ ଯୋଗୁ ଘଟୁଛି। ଶାରୀରିକ ପରିଶ୍ରମର ଅଭାବ, ନିଶାଦ୍ରବ୍ୟ ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା ଯୋଗୁ ହୃଦ୍‌ଜନିତ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ହୃଦ୍‌ରୋଗର ଶିକାର ହେଉଛନ୍ତି। ଅନ୍ତତଃ ପକ୍ଷେ ମାସକୁ ଥରେ ଉପବାସ ରହିବା ଦ୍ୱାରା ହୃଦ୍‌ଘାତ ଆଶଙ୍କା ହ୍ରାସ ପାଏ। ହଳଦୀରେ ଥିବା କୁର୍କମିନ୍‌ ନାମକ ଓଷଧୀୟ ପଦାର୍ଥ ହୃଦ୍‌ରୋଗରୁ ରକ୍ଷା କରିଥାଏ। ବର୍ଷକୁ ଅନ୍ତତଃ ଦୁଇଥର ରକ୍ତଦାନ ଦ୍ୱାରା ହୃଦ୍‌ରୋଗର ଆଶଙ୍କାକୁ କମ୍‌ କରିହେବ। ଚାପମୁକ୍ତ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଅତି କମ୍‌ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ। ହୃଦ୍‌ରୋଗ ପାଇଁ ଓଜନ ବୃଦ୍ଧି ବା ମେଦ ବହୁଳତା ପ୍ରାୟ ୩୨ ଭାଗ ଦାୟୀ। ତେଣୁ ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଜାଣନ୍ତୁ। ଆବଶ୍ୟକତାଠାରୁ ଅଧିକ ଓଜନ ଥିଲେ, ତାହାକୁ କେମିତି ସନ୍ତୁଳିତ ସ୍ତରକୁ ଆଣିହେବ, ସେଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ବ୍ୟବସ୍ଥିତ ଜୀବନଶୈଳୀ ନିଶ୍ଚିିତ ଭାବରେ ଆପଣମାନଙ୍କୁ ହୃଦ୍‌ରୋଗରୁ ରକ୍ଷା କରିବ, ଏ ବିଶ୍ୱାସ ରଖନ୍ତୁ।