Categories: କନ୍ଧମାଳ

ବ୍ଲକ ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଶୁଣାଣି

ଦାରିଙ୍ଗବାଡ଼ି,୨୪ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ମଧ୍ୟରେ ବୁଧବାର ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାର ଜନଶୁଣାଣି କାର୍ଯ୍ୟକ୍ରମ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୦୨୪ ଠାରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏହି ଯୋଜନାରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଶୁଣାଣି କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ବ୍ଲକର ୨୫ଟି ପଞ୍ଚାୟତରେ ଏହି ଯୋଜନାରେ ବ୍ଲକ ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଓ ଉକ୍ତ ଯୋଜନାରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ଶୁଣାଣି ହୋଇଥିଲା। ମୋଟ୍‌ ୧୭ ଶହ ୩୯ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ସେଥିରେ ଗାଁକୁ ସଂଯୋଗୀ ରାସ୍ତା ସହ ସେଚନ ପାଇଁ କେନାଲ କାର୍ଯ୍ୟ, ବ୍ୟକ୍ତିଗତ ଜମି ଉନ୍ନୟନ କାର୍ଯ୍ୟ ଆଦି ହାତକୁ ନିଆଯାଇଛି। ସେଥିରୁ ମୋଟ୍‌ ୧ ହଜାର ୩୪ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା କୁହାଯାଇଥିଲା

ସେହିପରି ୧୯ ଶହ ୬୦ଜଣ ଜବ୍‌କାର୍ଡ ପାଇଁ ପଞ୍ଜୀକୃତ କରିଥିବାବେଳେ ସମସ୍ତଙ୍କୁ ଏହା ଯୋଗାଇଦିଆଯାଇଥିବା କୁହାଯାଇଥିଲା। ସେହିପରି ୯ ହଜାର ୩ ଶହ ୮ ପରିବାର କାର୍ଯ୍ୟ ଯୋଗାଇଦେବାକୁ ଆବେଦନ କରିଥିଲେ। ସେ ସମସ୍ତ ଆବେଦନ ଶ୍ରମିକ ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧ ହଜାର ୬ ଶହ ୭୫ ଶ୍ରମିକ ପରିବାର ଶହେ ଦିନର କାର୍ଯ୍ୟ ସାରିଥିବା କୁହାଯାଇଥିଲା। ମୋଟ୍‌ ୩ ଲକ୍ଷ ୩୨ ହଜାର ୫୦୪ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ଜନ ଶୁଣାଣିରେ କୁହାଯାଇଥିଲା ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀଯନ୍ତ୍ରୀ ସଞ୍ଜୟ ରଥ, ଏପିଓ କେଦାରଚନ୍ଦ୍ର ପଣ୍ଡା,ବ୍ଲକ ସୋସିଆଲ ଅଡିଟର ରତ୍ନାକର ମନ୍ତ୍ରୀ,ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଦସ୍ୟାସଦସ୍ୟ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଏଡଇଓ, ଭିଆରପି, ଗାଁ ସାଥୀମାନେ ଉପସ୍ଥିତ ରହିଥିଲେ। ସେହିପରି ଏହି ଯୋଜନାର ଉପଭୋକ୍ତାମାନେ ମଧ୍ୟ ଉପସ୍ଥିତ ରହି ତାଙ୍କ ଅଭିଯୋଗଗୁଡ଼ିକ ଜଣାଇଥିଲେ।

Share