ସୁସ୍ଥ ନାରୀ, ସଶକ୍ତ ପରିବାର: ବିକଶିତ ଭାରତ ଗଠନ ଦିଗରେ ଗୁରୁତ୍ୱ

ଦିଗପହଣ୍ଡି,୧୯।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡା ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ର୧ର ଜ୍ଞାନ କୋଠରୀରେ ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନୱାଡି ସୁପ୍ରଭାଇଜର ବିଳାସିନୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ଖେମୁଣ୍ଡି ଓକିଲ ସଂଘର ପ୍ରାକ୍ତନ ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ସୁସ୍ଥ ନାରୀ, ସଶକ୍ତ ପରିବାର ଏବଂ ବିକଶିତ ଭାରତ ଗଠନ ଦିଗରେ ସମସ୍ତଙ୍କୁ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଥିବା ବେଳେ ଏଥିପାଇଁ ସବୁ ସ୍ତରରେ ସମ୍ମୀଳିତ ଉଦ୍ୟମ କରାଯିବା ଦରକାର ବୋଲି ସେ ପ୍ରକାଶ କରିଥିଲେ।
ଏହି ଅବସରରେ ପୃଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରାଯିବା ସହ ଦୁଇ ଗର୍ଭବତୀ ମହିଳାଙ୍କ ଗୋଦଭରାଇ ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ‘ସାଧନା’ ମହିଳା ସଂଘର ସଭାନେତ୍ରୀ ପି.ବିଜୟଲକ୍ଷ୍ମୀ, ଅଙ୍ଗନଓ୍ବାଡି କର୍ମୀ ରୋଜି ପ୍ରଧାନ, ଅହଲ୍ୟା ପ୍ରଧାନ, ସରିତା ପ୍ରଧାନ, ବିଦେଶିନୀ ବିଷୋୟୀ, ସୁନିତା ନାହାକ, ସୁନିତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ।