ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ; କଳାହାଣ୍ଡି ଜିଲାରେ ପ୍ରଥମେ ଉଦ୍‌ଘାଟନ କଲେ…

କେସିଙ୍ଗା,୧୭।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନକୁ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅଭିଯାନକୁ ବୁଧବାର ଉଦ୍‌ଘାଟନ କଥିଲେ। ହସ୍ପିଟାଲ ପକ୍ଷରୁ ଅତିଥିମାନଙ୍କ ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରଥମେ ଜିଲାର ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଦୀପ, ଧୂପ ପ୍ରଜ୍ବଳନ କରି ସଭା ଆରମ୍ଭ କରିଥିଲେ। ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆଜିର ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।ନାରୀ ସଶକ୍ତି ହେବା ସହ ପରିବାରକୁ ସୁସ୍ଥ ରଖିବା କଥା କହିଥିଲେ। ଆୟୁଷ୍ମା ନ ଯୋଜନା, କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଅଭାବ,କଥା କହିଥିଲେ।ଆଜିକାର ଅଭିଯାନ ମୂଳ ଉଦ୍ଦେଶ୍ୟ ହେଲା ମହିଳା ,କିଶୋରୀ ବାଳିକାଙ୍କ ସୱାସ୍ଥ୍ୟ ପରୀକ୍ଷା, ରକ୍ତ ହୀନତା,ଶକ୍ତଚାପ, ମଧୁମେହ,କର୍କଟ, ରୋଗର ପ୍ରାଥମିକ ଚିହ୍ନଟ, ଯକ୍ଷ୍ମା ପରୀକ୍ଷା, ସିକିଲସେଲ, ଗର୍ଭବତୀ ମହିଳାଙ୍କ ନିୟମିତ ପରୀକ୍ଷା, ମହିଳା ଓ କିଶୋରୀ ବାଳିକାଙ୍କ ଋତୁସ୍ରାବ ପରିଚ୍ଛନ୍ନତା, ଆଦି ବିଷୟରେ ଆଲୋକପାତ କରିଥିଲେ।ଏହି ଅସର ରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ବାଇଁ,ଗୋଷ୍ଠୀ କେନ୍ଦ୍ର ର ସୁପରିଟେଣ୍ଟଡେଣ୍ଟ ପ୍ରଜ୍ଞାଶ୍ରୁତି ମାଝୀ,ଡ଼.ଆର.ଏନ.ଖଣ୍ଡୁଆ,ଡ଼.ଲଳିତ ଅଗ୍ରୱାଲ,ଡ଼.ଆଶିଷ ସତପଥୀ,ଡ଼ ବିଶ ଜିତ ମୁଣ୍ଡ,କେସିଙ୍ଗା ସିଡିପିଓ ସୁଷମା ମିଶ୍ରଙ୍କ ସମେତ ଗୋଷ୍ଠୀ ସୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ଏହି ଅଭିଯାନକୁ ହିସାବ ରକ୍ଷକ ବି.ପ୍ରଧାନୀ ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଜ୍ଞାନେନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ।

Share