ଯାଜପୁର,୧୫।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ କିଛଦିନ ହେବ ଶହଶହ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବାବେଳେ ସେଥି ମଧ୍ୟରୁ ଅନେକଙ୍କ ନମୂନା ପରୀକ୍ଷା ପରେ ହଇଜା ଚିହ୍ନଟ ହୋଇଛି। ଦିନକୁ ଦିନ ରୋଗୀମାନଙ୍କ ସଂଖ୍ୟା କମୁ ନ ଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଭଳି ସ୍ଥିତିକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଗ୍ରସ୍ତରେ ଆସି ପ୍ରଥମେ ବଡ଼ଚଣା ଓ ପରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବୁଲି ଦେଖିଛନ୍ତି। ରୋଗୀମାନଙ୍କୁ ସେମାନଙ୍କ ସାସ୍ଥ୍ୟ ସମସ୍ୟା ସମ୍ପର୍କ ରେ ପଚାରି ବୁଝିଛନ୍ତି, ଯାଜପୁର ଜିଲାପାଳ ଅନ୍ବେସୟା ରେଡ୍ଡୀ ଓ ଅନ୍ୟ ପ୍ରସାଶନିକ ଅଧିକାରୀଙ୍କ ସମେତ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।