Categories: ଖେଳ

ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର: କୋମାରୁ ବାହାରିଲେ ମାର୍ଟିନ

ସିଡ୍‌ନୀ,୪ା୧: ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଟେଷ୍ଟ ଲିଜେଣ୍ଡ ଡାମିଏନ ମାର୍ଟିନ କୋମାରୁ ବାହାରି ଆସିଛନ୍ତି। ଏ ନେଇ ସିଡ୍‌ନୀ ମର୍ନିଂ ହେରାଲ୍ଡରେ ରବିବାର ଏକ ରିପୋର୍ଟ ପ୍ରକାଶ ପାଇଛି।

୫୪ ବର୍ଷୀୟ ମାର୍ଟିନଙ୍କୁ ଗତ ୨୭ ତାରିଖରେ ଗୋଲ୍ଡ କୋଷ୍ଟ ୟୁନିଭର୍‌ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ସେ କୋମାକୁ ଚାଲିଯାଇଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଥିବା ନେଇ ତାଙ୍କ ବନ୍ଧୁ ତଥା ପୂର୍ବତନ କ୍ରିକେଟର ଆଡାମ ଗିଲ୍‌କ୍ରିଷ୍ଟ ସ୍ପଷ୍ଟ କରିଛନ୍ତି।

ସୂଚନା ମୁତାବକ, ମାର୍ଟିନ ୧୯୯୨ରୁ ୨୦୦୬ ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ୬୭ ଟେଷ୍ଟ, ୨୦୮ ଦିନିକିଆ ଓ ୪ ଟି୨୦ ମ୍ୟାଚ୍‌ ଖେଳିଥିଲେ।

ମାର୍ଟିନ ଏବେ କଥା କହିପାରୁଛନ୍ତି। ସେ କୋମାରୁ ବାହାରକୁ ଆସିବାଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ତାଙ୍କୁ ଖୁବ୍‌ଶୀଘ୍ର ଆଇସିୟୁରୁ ସ୍ଥାନାନ୍ତର କରାଯିବ ବୋଲି ପରିବାରବର୍ଗ ଆଶାବାଦୀ ରହିଥିବା ଗିଲକ୍ରିଷ୍ଟ କହିଛନ୍ତି।

 

Share