ବୟୋଜ୍ୟେଷ୍ଠ ଦିବସରେ ସ୍ବାସ୍ଥ୍ୟ ପରୀକ୍ଷା

ଗଞ୍ଜାମ,୧୦ା୧୦(ଅଖିଳ ତରାଇ/ବିଦ୍ୟାଧର ସାହୁ):ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବୟୋଜ୍ୟେଷ୍ଠ ଦିବସ ଉପଲକ୍ଷେ ଏକ ସ୍ବାସ୍ଥ୍ୟସେବା ଶିବିର ପରିଷଦର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସହଯୋଗରେ ଆୟୋଜିତ ଏହି ଶିବିରରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ବିଡିଓ ଅଚ୍ୟୁତା ନନ୍ଦ ଯାନୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେବହୁ ବରିଷ୍ଠ ନାଗରିକ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡାକ୍ତର ମନୋଜ ବେହେରା, ଡା. ସୁସ୍ମିତା ବିଶ୍ୱାଳ, ଏଲଟି ଅନାଦି ବେହେରା, ସ୍ନେହଲତା ପାତ୍ରଙ୍କ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ଏହି ଶିବିରରେ ସେବା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଟା ଇଂ.ବିନୋଦ ପାଢ଼ୀ, ସଭାପତି ରବୀନ୍ଦ୍ର ପଣ୍ଡା, ଉପସଭାପତି ଅରୁଣ କୁମାର ପଣ୍ଡା, ସୁରେନ୍ଦ୍ର ପଟ୍ଟନାୟକ, ବିପ୍ର ମହାପାତ୍ର, ବସନ୍ତ ସାବତ, ଦଣ୍ଡପାଣି ସାବତ, ମଙ୍ଗରାଜ ପଣ୍ଡା, ଲକ୍ଷ୍ମୀ ଦାସ, ପତିତପାବନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1, Most Trusted Odia Daily