କାଏମା,୧୩ା୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହଁା ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ଗ୍ରାମର ଜଣେ ଯୁବକ ଗୋଇଠା ମାରିବା ସହ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ହେଲେ ଶଙ୍କର ମହାନ୍ତି। ବୁଧବାର ସ୍କୁଲରେ ପିଲାମାନେ ପାଠ ପଢ଼ୁଥିଲେ। ମଧ୍ୟାହ୍ନ ପ୍ରାୟ ୧୨ରେ ଶଙ୍କର ଶ୍ରେଣୀ ଗୃହରେ ପସି ପିଲାଙ୍କୁ ଧମକଚମକ ଦେଇଥିଲେ। ଏହା ଦେଖି ପ୍ରଧାନଶିକ୍ଷୟିତ୍ରୀ ରୁନାମଣୀ ଗୋଛାୟତ ଆସି କାହିଁକି ସ୍କୁଲରେ ପସି ଏଭଳି କାଣ୍ଡ କରୁଛ ବୋଲି ଶଙ୍କରଙ୍କୁ ପଚାରିଥିଲେ। ଏହାପରେ ଶଙ୍କର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗୋଇଠା ମାରିଥିଲେ। ଏପରିକି ହାତରେ ପଥର ଧରି ଗୋଡ଼ାଇଥିଲେ। ଫଳରେ ସ୍କୁଲର ଛାତ୍ରୀଛାତ୍ର ଭୟଭିତ ହୋଇ ଏଣେ ତେଣେ ଧାଇଁଥିଲେ। ଏହି ସମୟରେ ଗ୍ରାମର କେତେଜଣ ଯୁବକ ଆସି ଶଙ୍କରଙ୍କୁ କାବୁ କରିବା ପରେ ପାଠପଢ଼ା ସ୍ବାଭାବିକ ହୋଇଥିଲା। ପରେ ପ୍ରଧାନଶିକ୍ଷୟିତ୍ରୀ ବ୍ଲକ ଶିକ୍ଷାଧିକାରୀ ଓ ସାଧନକେନ୍ଦ୍ର ଅଧିକାରୀଙ୍କୁ ଜଣାଇବା ସହ ସାରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶୀଘ୍ର ଏହି ଘଟଣାରେ ପୋଲିସ ନ୍ୟାୟ ପ୍ରଦାନ କରିବା ସହିତ ସ୍କୁଲକୁ ସୁରକ୍ଷା ଦେବାକୁ ସାଧାଣରେ ଦାବି ହୋଇଛି।