Categories: HomeHome Left

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ପଣ୍ଡା (୫୮)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଯୁବକ ବଡ଼ଚକଡ଼ା ଗ୍ରାମର ଚିଣ୍ଟୁ ମହାରଣା( ୨୭) ଓ ଗଣେଶ ମହାରଣା (୨୫) ଆହତ ହୋଇଛନ୍ତି।
ଘଟଣାରୁ ଜଣାପଡ଼ିଛି ଯେ, ସୂର୍ଯ୍ୟନାରାୟଣ ସ୍କୁଲରୁ କାର୍ଯ୍ୟ ସାରି ନିଜ ଘର ପୁରୁଷୋତ୍ତମପୁର ରାଧାକାନ୍ତ ସାହିକୁ ଫେରୁଥିବା ବେଳେ ଚିଣ୍ଟୁ ଓ ଗଣେଶ ବିପରୀତ ଦିଗ ପୁରୁଷୋତ୍ତମପୁରରୁ ନିଜ ଗ୍ରାମକୁ ଫେରୁଥିଲେ। ଉଭୟ ଆହତ ହୋଇ ପଡ଼ିଥିବାବେଳେ ଲୋକେ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମାତ୍ର ସୂର୍ଯ୍ୟଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

Dharitri – Odisha’s No.1 Odia Daily