ରେଲଓ୍ବେ ଟ୍ରାକ୍‌ରେ ପଡ଼ିଛି ମୁଣ୍ଡବିହୀନ ମୃତଦେହ, ହତ୍ୟା ନା ଆତ୍ମହତ୍ୟାକୁ ନେଇ ଚାଲିଛି…

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନରୁ ମାତ୍ର ୧ କିଲୋମିଟର ଦୂର ଖୁଜେନପାଲି ନିକଟସ୍ଥ ରେଲଓ୍ବେ ଟ୍ରାକ୍‌ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିରହିଛି। ଅଜଣା ବ୍ୟକ୍ତିଙ୍କ ପରିଚୟ ଏ ଯାଏ ମିଳି ପାରି ନ ଥିବାବେଳେ, ଟ୍ରେନ୍‌ ଟ୍ରାକ୍‌ରେ କଟି ଯାଇଥିବା ମୁଣ୍ଡ ଏପର୍ଯ୍ୟନ୍ତ ମିଳିପାରିନାହିଁ l ଏବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାଟି ହତ୍ୟା ନା ଆତ୍ମହତ୍ୟାଏନେଇ ଜିଆର୍‌ପି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ଆଜି ଦିନ ୧୧ଟା ବେଳେ ଟ୍ରାକ୍‌ରେ କେହି ଜଣେ ପଡ଼ିଥିବାର ଖବର ପାଇବା ପରେ ରେଲଓ୍ବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ରେଲଓ୍ବେ ଟ୍ରାକ୍‌ରେ ଜଣେ ମୁଣ୍ଡ ବିହୀନ ଲୋକର ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲା। ସେଠାରୁ ମୃତଦେହକୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇଛି ରେଲଓ୍ବେ ପୋଲିସ। ତେବେ ଦୀର୍ଘ ୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସକୁ ଅଜଣା ବ୍ୟକ୍ତିଙ୍କ ମୁଣ୍ଡ ମିଳିପାରିନାହିଁ। ମୃତକଙ୍କ ପରିଚୟ ମଧ୍ୟ ଚିହ୍ନଟ ହୋଇ ନ ଥିବା ବେଳେ ରେଲଓ୍ବେ ଦୁର୍ଘଟଣା ନା ଅନ୍ୟ କୌଣସି ଆପରାଧିକ ଘଟଣା ସେନେଇ ସମସ୍ତ ଦିଗରୁ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Dharitri –Odisha’s No.1 Trusted Odia Daily