ନାରାୟଣପାଟଣାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା :୨ ମୃତ, ୩ ଗୁରୁତର

କୋରାପୁଟ,୨୫।୯(ଅମିତାଭ ବେହେରା ): କୋରାପୁଟ ଜିଲା ନାରାୟଣପାଟଣାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି। ୩ ଗୁରୁତରଙ୍କୁ ପ୍ରଥେମେ ନାରାୟସନପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପୂର୍ଣ୍ଣା ଥିବାରୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାଂତର କରାଯାଇଛି। ନାରାୟଣପାଟଣା ସଦର ମହାକୁମ୍ମରେ ଥିବା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଏହି ଦୁର୍ଘଟଣା ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ୧୨ଟା ସମୟରେ ଘଟଣା ଘଟିଛି। ମୃତକ ଦୁହେଁ ହେଲେ ଗାଦାବାଗୁଡା ଗ୍ରାମର ବୋଲି ଜଣାଯାଇଛି।