Categories: Home Leftଖେଳ

ପାକିସ୍ତାନ ହକିରେ ଫାଟ: ଢାକା ଯିବାକୁ ମନା କଲେ ମୁଖ୍ୟ କୋଚ୍‌

କରାଚୀ,୧୦ା୧୧: ପାକିସ୍ତାନ ହକିରେ ବିବାଦ ଦେଖା ଦେଇଛି। ପୁରୁଷ ହକି କୋଚ୍‌ ତାହିର ଜମାନ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜ ଲାଗି ଢାକା ନ ଯିବା ଲାଗି ରୋକ୍‌ଠୋକ୍‌ ମନାକରି ଦେଇଛନ୍ତି। ଖେଳାଳି ଚୟନ କ୍ଷେତ୍ରରେ ପାକିସ୍ତାନ ହକି ମହାସଂଘ (ପିଏଚ୍‌ଏଫ୍‌)ର ହସ୍ତକ୍ଷେପକୁ ନାପସନ୍ଦ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନ ଦଳ ଅନ୍ୟତମ ସେଲିବ୍ରିଟି ତଥା ପୂର୍ବତନ ଅଲିମ୍ପିଆନଙ୍କୁ ସାଥୀରେ ନ ନେଇ ରବିବାର ଟୁର୍ନାମେଣ୍ଟ ଅଭିମୁଖେ ଗସ୍ତ କରିଛନ୍ତି। ପାକିସ୍ତାନ ହକି ଦଳରେ ଶେଷ ମୁହୂର୍ତ୍ତରେ ଜଣେ ଖେଳାଳିଙ୍କୁ ସାମିଲ କରାଯାଇଥିଲା। ତାହିରଙ୍କ ଦ୍ୱାରା ଏହା ଗୃହୀତ ହୋଇ ନ ଥିଲା। ପାକିସ୍ତାନ ହକି ମହାସଂଘ ସମ୍ପାଦକ ରାଣା ମୁଜାହିଦ କହିଛନ୍ତି, ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ମାମଲାର ସମାଧାନ ଖୁବ୍‌ ଶୀଘ୍ର ହେବ। ତାହିରଙ୍କ କହିବାର କଥା ହେଲା, ଇସ୍‌ଲାମାବାଦରେ ଆୟୋଜିତ ତାଲିମ ଶିବିରକୁ ରାଣା ଓ୍ବାହିଦ ଓ ହମାଦ ଅଞ୍ଜୁମ ନାମକ ଖେଳାଳି ବିଳମ୍ବରେ ଆସିଥିବାରୁ ଖେଳାଳିଙ୍କୁ ଜାତୀୟ ଦଳରେ ସ୍ଥାନ ଦିଆଯିବା ଉଚିତ୍‌ ନୁହେଁ। ରାଣା କହିଛନ୍ତି, ତାହିର ଶେଷ ମୁହୂର୍ତ୍ତରେ ଦଳ ସହିତ ଢାକା ନ ଯିିବା ଲାଗି ନିଷ୍ପତ୍ତି ନେଇଥିଲେ। ପାକିସ୍ତାନକୁ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ସୁଯୋଗ ଦେବା ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ତରଫରୁ ଢାକାରେ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜର ଆୟାଜନ କରାଯାଇଛି।