ଜଗାଦର୍ଶନ ସାରି ଫେରୁଥିଲେ ହଠାତ୍‌ ଟ୍ରେନ୍‌ଭିତରେ ଛାତିରେ ହେଲା ଯନ୍ତ୍ରଣା , ଟଳିପଡିଲେ…

ଗଞ୍ଜାମ,୧୯।୨୫: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ମାଳି ଜଗନ୍ନାଥପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ହରିବନ୍ଧୁ ରାଓ (୫୫) ମଙ୍ଗଳବାର ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଟ୍ରେନ ଯୋଗେ ଫେରୁଥିବା ବେଳେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଟ୍ରେନ ସାକ୍ଷୀଗୋପାଳ ଷ୍ଟେଶନ ନିକଟରେ ପହଞ୍ଚିବା ବେଳକୁ ହରିବନ୍ଧୁଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ସେ ଟ୍ରେନ ଭିତରେ ହିଁ ତଳେ ପଡ଼ିଯାଇଥିଲେ। ପରିବାର ବର୍ଗ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିଲେ ହେଁ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ହରିବନ୍ଧୁ ରାଓ  ଗାଁ ଗାଁ ବୁଲି ଶାଗ ପରିବା ବିକ୍ରି କରୁଥିଲେ। ଜଗା ଦର୍ଶନ ସାରି ଫେରୁଥିବା ବେଳେ ତାଙ୍କର ଏଭଳି ଅକାଳ ବିୟୋଗ ଖବର ଶୁଣି ଗାଁରେ ଶୋକର ଛାୟା ଖେଳିଯାଇଛି।
Dharitri – Odisha’s No.1 Odia Daily