ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗାଁର ପ୍ରକାଶ ଗୌଡ଼(୬୫) ନାମକ ଜଣେ ବୃଦ୍ଧଙ୍କୁ ଗାଁର କୋଠଘର ନିକଟରେ ଶୁକ୍ରବାର ସାରେ ମରଣାନ୍ତକ ଆକ୍ରମଣ କରାଯାଇଛି।
ପ୍ରକାଶଙ୍କ ଦିବ୍ୟାଙ୍ଗ ପୁଅ ସୀମାଞ୍ଚଳ ଗୌଡ଼ଙ୍କୁ ଗ୍ରାମର ସତ୍ୟବାଦୀ ଗୌଡ଼ ଓରଫ ଭାଲୁ ଏକ କାଠଫାଳିଆରେ ମାଡ଼ ମାରୁଥିଲେ। ବାପା ପ୍ରକାଶ ଛଡ଼ାଇବାକୁ ଯିବାରୁ ସତ୍ୟବାଦୀ ଉତ୍ତେଜିତ ହୋଇ ତାଙ୍କୁ ମୁଣ୍ଡକୁ କାଠଖଣ୍ଡରେ ମାଡ଼ ମାରିଥିଲେ। ତାଙ୍କୁ ପରିବାର ଲୋକେ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Dharitri – Odisha’s No.1 Odia Daily