ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ ବିସ୍ପୋରଣ ଘଟି ଗୋଟିଏ ହାତରେ ଶକ୍ତ ଆଘାତ ଲାଗିବା ସହ ଶରୀରର ବିଭିନ୍ନ ଅଙ୍ଗରେ ଆଘାତ ଲାଗିଛ। ଏବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଗୁରୁତର ଯୁବକ ହେଲେ ସିମନବାଡି ପଞ୍ଚାୟତ ଜୁଡ଼ାବାଡ଼ି ସାହିର ଦେବାଶିଷ ପ୍ରଧାନ । ବିସ୍ପୋରଣରେ ଗୋଟିଏ ହାତରେ ଶକ୍ତ ଆଘାତ ଲାଗିଥିବା ଓ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦିଆଯାଇଥିବା ଗୋଷ୍ଠୀ  ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି।
ପ୍ରକାଶ ଯେ, ଦେବାଶିଷ ଗାଁ ନିକଟ ଏକ ନଦୀରେ ମାଛ ମାରିବାକୁ ଯାଇଥିଲେ ସେ ବିସ୍ଫୋରକକୁ ପାଣି ଭିତରେ ବିସ୍ପୋରଣ କରିବାକୁ ପ୍ରସ୍ତୁତ କରୁଥିବା ବେଳେ ଅସାବଧାନତା ଯୋଗୁଁ ତାହା ତାଙ୍କ ହାତରେ ବିସ୍ପୋରଣ ହୋଇଥିଲା ବୋଲି କୁହାଯାଉଛି।
ତାଙ୍କୁ ତୁରନ୍ତ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଅଧିକା ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଦାରିଙ୍ଗବାଡି ଆଇଆଇଆସି ସଂଗ୍ରାମ କେଶରୀ ଜେନା କହିଛନ୍ତି ।
Dharitri – Odisha’s No.1 Odia Daily

Share