ଶୌଚ ହେବାକୁ ଯାଇ ୨ ଦିନ ହେବ ନିଖୋଜ ଥିଲେ ପ୍ରଚଣ୍ଡ: ଆଜି ମିଳିଲା…

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ସ୍ଥିତ ଖଣ୍ଡିଆବନ୍ଧରୁ ସୋମବାର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାବେଳେ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ପରଜଙ୍ଗ ବାଉଁଶ କାରିଗର ସାହିର ପ୍ରଚଣ୍ଡ ନାଏକ।
ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଘରୁ ଶୌଚ ହେବାକୁ ଖଣ୍ଡିଆବନ୍ଧ ପୋଖରୀ ଆଡ଼େ ପ୍ରତିଦିନ ପରି ଯାଇଥିଲେ। କିନ୍ତୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ ସୁଦ୍ଧା ସନ୍ଧାନ ପାଇନ ଥିଲେ। ତେବେ ରବିବାର ଉକ୍ତ ପୋଖରୀରେ ପରଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇ ନ ଥିଲେ। ତେବେ ସୋମବାର ସକାଳେ ମୃତଦେହ ଭାସୁଥିବା ଲୋକମାନେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରଜଙ୍ଗ ଥାନା ଏଏସଆଇ ଜଳନ୍ଧର ବାରିକ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି ।

 

Dharitri – Odisha’s No.1 Odia Daily