ଫେକ ସାର୍ଟିଫିକେଟ ଦେଇ କରିଥିଲେ ଚାକିରି: ଏବେ ଫେରାଇବେ ୨୦୧୮ରୁ ନେଇଥିବା ସବୁ ଦରମା

ଜଗତସିଂହପୁର,୧୫।୯: ଫେକ ସାର୍ଟିଫିକେଟ ପାଇଁ ଅଧ୍ୟାପକ ଚାକିରିରୁ ବହିଷ୍କୃତ।ଏଭଳି ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା କଲେଜରେ। ବାଣିଜ୍ୟ ଅଧ୍ୟାପକ ସନ୍ତୋଷ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଫେକ Mcom ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ବହିଷ୍କୃତ ହୋଇଛନ୍ତି। ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ବହିଷ୍କୃତ ହୋଇଛନ୍ତି। ୨୦୧୮ରୁ ନିଯୁକ୍ତି ପାଇଥିଲେ, ନେଇଥିବା ଦରମା ଫେରାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏନେଇ କଲେଜ ପ୍ରିନ୍ସପାଲଙ୍କୁ ଉପଜିଲ୍ଲାପାଳ ଚିଠି ଲେଖିଛନ୍ତି।