ମମତା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ: ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି କିଭଳି…

କୋଲକାତା,୫।୪ : ରିସଡା ଏବଂ ଶିବପୁରରେ ଘଟିଥିବା ହିଂସା ସମ୍ପର୍କରେ ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ହନୁମାନ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଉଛି ତାହା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି।

କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ରାଜ୍ୟରେ ଆତ୍ମବିଶ୍ୱାସ ଫେରାଇବା ପାଇଁ ସେ ପାରାମିଲିଟାରୀ ଫୋର୍ସ ମୁତୟନ କରିବାକୁ ଅନୁରୋଧ କରିପାରିବେ।