ଫୋନ୍‌ ସାଇଲେଣ୍ଟ ରଖି ଭୁଲି ଯାଇଛନ୍ତି କି, ଏହି ଟ୍ରିକ୍‌ ଦ୍ୱାରା ବାଜି ଉଠିବ ଫୋନ୍‌

ମୋବାଇଲ ଫୋନ ଆମ ଜୀବନରେ ଏପରି ଜରୁରୀ ହୋଇଯାଇଛି ଯାହାର ସ୍ଥାନ ଅନ୍ୟ କୌଣସି ଡିଭାଇସ ନେଇ ପାରିବ ନାହିଁ। ଯେତେବେଳେ ଫୋନ ହଜିଯାଏ ଆପଣ ପୋଲିସର ସାହାଯ୍ୟରେ ନେଇଥା’ନ୍ତି। କିନ୍ତୁ ଯେତେବେଳେ ଆପଣ ନିଜ ଫୋନକୁ ସାଇଲେଣ୍ଟ ରଖି ଘରେ କେଉଁଠି ରଖି ଦେଇଥା’ନ୍ତି। ଫୋନ ଖୋଜିବାରେ ଅସୁବିଧା ହୋଇଥାଏ। କିନ୍ତୁ ଜାଣିଛନ୍ତି ଆମେ ଆପଣଙ୍କୁ ଏପରି ଏକ ଟ୍ରିକ୍‌ କହିବାକୁ ଯାଉଛୁ ଯେଉଁଥିରେ ଫୋନ୍‌ ସାଇଲେଣ୍ଟ ଥିଲେ କିମ୍ବା କେଉଁଠି ଯାତ୍ରା ସମୟରେ ହଠାତ୍‌ ଫୋନ୍‌ ହଜିଗଲେ ସାଙ୍ଗେସାଙ୍ଗେ ଫୋନ୍‌ ଫେରିପାଇବେ। ଯଦି ଚୋର, ଫୋନ ସାଇଲେଣ୍ଟ ବି କରିଦେଇଥିବେ ଆପଣଙ୍କ ଫୋନ୍‌ ଜୋର୍‌ରେ ରିଙ୍ଗ କରି ଆଲର୍ଟ କରିଦେବ।

ଫୋନ ସାଇଲେଣ୍ଟ ମୋଡରେ ଥିଲେ ଖୋଜିବା ପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡିବ ନାହିଁ। ଏଥିପାଇଁ ଆପଣ ନିଜ ଘରୁ କାହାର ଫୋନ କିମ୍ବା ନିଜର ଲାପଟପ ନେଇପାରିବେ। ଲାପଟପ କିମ୍ବା ମୋବାଇଲରେ ଆପଣଙ୍କର ଗୁଗୁଲ ଆକାଉଣ୍ଟକୁ ପ୍ରଥମେ ଲଗଇନ କରନ୍ତୁ।
ଗୁଗୁଲ ଆକାଉଣ୍ଟରେ ଲଗ ଇନ କରିବା ପରେ ଗୁଗୁଲରେ ଫାଇର୍ଟ ମାଇ ଡିଭାଇସ ସର୍ଚ୍ଚ କରନ୍ତୁ। ପରେ ଏହି ୱେବସାଇଟକୁ ଭିଜିଟ୍‌ କରନ୍ତୁ।
ତେବେ ଏଥିରେ ଫୋନର କରେଣ୍ଟ ଲୋକେଶନ ଶୋ କରିବ। ଏହାଦ୍ୱାରା ଫୋନ୍‌ ଘରେ କି ଅଫିସରେ କି କେଉଁଠି ଆଖପାଖରେ ଅଛି ଆପଣ ଜାଣିପାରିବେ। ସର୍ଚ୍ଚ କରିବା ପରେ ସ୍ମାର୍ଟଫୋନର ସବିଶେଷ ତଥ୍ୟ ମଧ୍ୟ ଦେଖିବାକୁ ପାଇପାରିବେ। ଏଥିରେ ମୋବାଇଲ ନାମ, ନେଟୱର୍କ, ବ୍ୟାଟେରୀ କେତେ ପ୍ରତିଶତ ଅଛି ତାହା ମଧ୍ୟ ଜାଣିପାରିବେ।

ବର୍ତ୍ତମାନ ଆପଣଙ୍କୁ ୩ଟି ଅପ୍ସନ ଦେଖାଯିବ ଯେଉଁଥିରେ ପ୍ଲେ ସାଉଣ୍ଡ, ସିକ୍ୟୁର ଡିଭାଇସ ଏବଂ ଇରେଜ ଡିଭାଇସ ରହିଛି। ତେବେ ଏଠାରେ ପ୍ଲେ ସାଉଣ୍ଡ ଉପରେ କ୍ଲିକ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଫୋନ ଯେକେଉଁଠି ଥାଉ ନା କାହିଁକି ଫୁଲ୍‌ ଭଲ୍ୟୁମରେ ବାଜିବା ଆରମ୍ଭ କରିବ। ଏହି ଟ୍ରିକ୍‌ ଦ୍ୱାରା ଆପଣ ସହଜରେ ମୋବାଇଲ ପାଇପାରିବେ। କିନ୍ତୁ ଯଦି ଆପଣଙ୍କର ଫୋନ ସୁଇଚ ଅଫ ଅଛି ତେବେ ଏହି ଟ୍ରିକ୍‌ କାମ କରିବ ନାହିଁ।