Lucknow: Tight security arrangements at the High Court, where family members of the 19-year-old Dalit woman of Hathras district appeared in connection with the alleged gangrape case, in Lucknow, Monday, Oct 12, 2020. (PTI Photo/Nand Kumar) (PTI12-10-2020_000093B)
ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶ ହାଥ୍ରାସ ଗଣବଳାତ୍କାର ମାମଲାକୁ ନେଇ ସୋମବାର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟରେ ପୀଡ଼ିତାଙ୍କ ପରିବାର ଓ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କେତେକ ଅଧିକାରୀ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ତେବେ ଶୁଣାଣି ସମୟରେ ୨ଜଣ ବିଚାରପତିଙ୍କ ସମ୍ମୁଖରେ ପୀଡ଼ିତାଙ୍କ ପରିବାରଲୋକେ ନିଜ ପକ୍ଷ ରଖିଥିଲେ। ଏହି ସମୟରେ କୋର୍ଟ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଶାଣି ନଭେମ୍ବର ୨ରେ କରାଯିବ ବୋଲି ସୂଚନା ରହିଛି।