ବଦଳିଲା କି Tatkal Ticket ବୁକିଂ କରିବାର ସମୟ? ବଡ଼ ଅପଡେଟ୍‌ ଦେଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୧୨।୪: ଭାରତୀୟ ରେଲଓ୍ବେ ସ୍ପଷ୍ଟ କରିଛି ଯେ ତତ୍କାଳ ଏବଂ ପ୍ରିମିୟମ ତତ୍କାଳ ଟିକେଟ ବୁକିଂ ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସାମାଜିକ ଗଣମାଧ୍ୟମରେ ଏହି ସମୟ ବଦଳାଇବା ସମ୍ପର୍କିତ କିଛି ମିଥ୍ୟା ଖବର ପ୍ରଚାର ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏହାକୁ ଦୂର କରିବା ପାଇଁ ରେଳବାଇ କର୍ତ୍ତୃପକ୍ଷ ଏକ ସରକାରୀ ବିବୃତି ଜାରି କରି କହିଛନ୍ତି ଯେ ବର୍ତ୍ତମାନର ସମୟସୂଚୀ ଅପରିବର୍ତ୍ତିତ ରହିଛି।

ବର୍ତ୍ତମାନର ନିୟମ ଅନୁସାରେ, ଏସି ଶ୍ରେଣୀ (ଯଥା 2A, 3A, CC) ପାଇଁ ତତ୍କାଳ ଟିକେଟ ବୁକିଂ ସକାଳ ୧୦:୦୦ ଟାରେ ଏବଂ ନନ-ଏସି ଶ୍ରେଣୀ (ଯଥା SL, 2S) ପାଇଁ ସକାଳ ୧୧:୦୦ ଟାରେ ଆରମ୍ଭ ହେଉଛି।

ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ ସେମାନେ ଟିକେଟ ବୁକିଂ ସମ୍ପର୍କିତ ସୂଚନା ପାଇଁ କେବଳ ସରକାରୀ ଉତ୍ସ ଯଥା IRCTC ୱେବସାଇଟ କିମ୍ବା ରେଳବାଇର ଅଫିସିଆଲ ଘୋଷଣା ଉପରେ ର୍ନିଭର କରନ୍ତୁ। ମିଥ୍ୟା ଖବର ଏବଂ ଅପପ୍ରଚାରରୁ ଦୂରେଇ ରୁହନ୍ତୁ।