ମେଡାଲ ହାରି ବି ହୃଦୟ ଜିତିଲେ ମହିଳା ହକି ଟିମ୍‌: ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ହରିଆଣା ସରକାର

ଚଣ୍ଡିଗଡ଼,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚ ହାରିବା ପରେ ବି ଦେଶବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଦଳର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ହରିଆଣା ସରକାର ତାଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମହିଳା ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ହରିଆଣା ସରକାର। ରାଜ୍ୟସରକାରଙ୍କ ପକ୍ଷରୁ ଦଳରେ ଥିବା ହରିଆଣାର ପ୍ରତ୍ୟେକ ଖେଳାଳିଙ୍କୁ ୫୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଶୁକ୍ରବାର ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି। ତେବେ ଟୋକିଓ ଅଲିମ୍ପିକ୍ସକୁ ଯାଇଥିବା ମହିଳା ହକି ଦଳରେ ହରିଆଣାର ୯ଜଣ ଖେଳାଳି ରହିଛନ୍ତି। ସେହିପରି ଦଳର ଅଧିନାୟକ ରାନୀ ରାମପାଲ ମଧ୍ୟ ହରିୟାଣାର ବୋଲି ଜଣାପଡ଼ିଛି।