T20 World Cupରୁ ବାଦ ପଡ଼ିଥିବା ହର୍ଷିତ ରାଣାଙ୍କର ହେଲା ସର୍ଜରୀ, କେବେ ପୁଣି ଖେଳିବେ ଜାଣନ୍ତୁ

ନୂଆଦିଲ୍ଲୀ,୯।୨: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ ହୋଇଛି । ସେ ଏହି ସୂଚନା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।  ସେ ତାଙ୍କ ହସ୍ପିଟାଲ ବେଡରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କେବଳ ତାଙ୍କ ଅବସ୍ଥା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇନାହିଁ ବରଂ ତାଙ୍କର ଦୁଇଟି ମିଶନ ମଧ୍ୟ ପ୍ରକାଶ କରିଛନ୍ତି ।

୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ୍ ସମୟରେ ହର୍ଷିତ ରାଣାଙ୍କ ଆଣ୍ଠୁ ଆଘାତ ହୋଇଥିଲା, ଯାହା ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବଞ୍ଚିତ କରିବାକୁ ବାଧ୍ୟ କରିଥିଲା। ମୁମ୍ବାଇରେ ଆମେରିକା ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍ ପୂର୍ବରୁ ରାଣାଙ୍କୁ ବାଦ ଦିଆଯାଇଥିଲା। “ଅସ୍ତ୍ରୋପଚାର ଠିକ୍ ଭାବରେ ହୋଇଛି, ଏବେ ସୁସ୍ଥ ହେଉଛି ଏବଂ ମୋର ପସନ୍ଦ କାମ କରିବା ପାଇଁ ପ୍ରସ୍ତୁତ ହେଉଛି,” ।  ହସ୍ପିଟାଲ ବେଡରେ ଶୋଇ ତାଙ୍କର ଥମ୍ବସ୍ ଅପ୍ କରୁଥିବାର ଏକ ଫଟୋ ସହିତ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ଗତ ସପ୍ତାହରେ ଡିୱାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍ ସମୟରେ ହର୍ଷିତ ରାଣାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ତେବେ ତାଙ୍କୁ ପୁଣି କେଉଁ ମ୍ୟାଚ ଖେଳୁଥିବା ଦେଖିବାକୁ ମିଳିବ ସେନେଇ ସ୍ପଷ୍ଟ କରଯାଇ ନାହିଁ ।

 

Dharitri – Odisha’s No.1 Odia Daily

Share