Kumbh Mela ପରେ ଗଙ୍ଗାପାଣିରେ ମିଳିଲା କ୍ଷତିକାରକ ବ୍ୟାକ୍ଟେରିଆ, ସ୍ନାନ କରିଥିଲେ ହୋଇପାରେ…ଚମକାଇଦେବ ରିପୋର୍ଟ

ନୂଆଦିଲ୍ଲୀ,୧୮।୨: ନିକଟରେ କୁମ୍ଭମେଳା ସରିଥିବାବେଳେ ଗଙ୍ଗା-ଯମୁନାରେ ପ୍ରଦୂଷଣ ବୃଦ୍ଧି ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ ଏହାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ମହାକୁମ୍ଭ ସମୟରେ ପ୍ରୟାଗରାଜରେ ମଳ କୋଲିଫର୍ମ ଜୀବାଣୁର ପରିମାଣ ବୃଦ୍ଧି ପାଇଛି, ଯାହାଦ୍ୱାରା ନଦୀରେ ପ୍ରଦୂଷଣର ସ୍ତର ବଢିଯାଇଛିି। ରିପୋର୍ଟ ଅନୁଯାୟୀ, ମହାକୁମ୍ଭ ଚାଲିଥିବା ଦିନଠାରୁ ପ୍ରୟାଗରାଜର ବିଭିନ୍ନ ସ୍ଥାନରେ faecal bacteria ର ସ୍ତର ବଢିଯାଇଛି। ଯାହାପାଇଁ ଗଙ୍ଗା-ଯମୁନା ପାଣି ସ୍ନାନ Kumbh dip କରିବା ଲାଗି ଆଉ ଉପଯୁକ୍ତ ନୁହେଁ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟରେ କୁହାଯାଇଛି ଯେ ମଇଳା ନର୍ଦ୍ଦମା ପାଣିରେ faecal bacteria ର ସୀମା ପ୍ରତି ୧୦୦ ମିଲିରେ ୨୫୦୦ ୟୁନିଟ ରହିଛି। ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀରେ ନର୍ଦ୍ଦମା ଜଳ ପ୍ରବାହ ବନ୍ଦ କରିବା ସମ୍ପର୍କିତ ଏକ ମାମଲାର ଶୁଣାଣି NGT ବର୍ତ୍ତମାନ କରୁଛି। ମହାକୁମ୍ଭମେଳା ପାଇଁ ସେୱରେଜ ପରିଚାଳନା ଯୋଜନା ସମ୍ପର୍କରେ NGT ପୂର୍ବରୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଜାରି କରିସାରିଛି।

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଭକ୍ତମାନେ ଯେଉଁଠାରେ ବୁଡ଼ ପକାଇବାକୁ ଯାଉଛନ୍ତି, ସେହି ପାଣିର ଗୁଣବତ୍ତା ବିଷୟରେ ସେମାନଙ୍କୁ ସୂଚନା ଦିଆଯିବା ଉଚିତ। ତଥାପି, ଡାଉନ ଟୁ ଆର୍ଥ (DTE) ଜାଣିବାକୁ ପାଇଛି ଯେ ଏହା କରାଯାଉ ନାହିଁ। ଡିସେମ୍ବର 2024 ରେ ହିଁ NGT ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ ମହାକୁମ୍ଭ ସମୟରେ ପ୍ରୟାଗରାଜରେ ଗଙ୍ଗା ଜଳର ପର୍ଯ୍ୟାପ୍ତ ଉପଲବ୍ଧତା ରହିବା ଉଚିତ ଏବଂ ଏହି ଜଳ ସ୍ନାନ ଏବଂ ପିଇବା ପାଇଁ ଉପଯୁକ୍ତ ହେବା ଉଚିତ।