Categories: Home Leftଖେଳ

ଓମେନ୍ସ ବିଗ୍‌ ବାଶ୍‌ ଲିଗ୍‌: ହରମନପ୍ରୀତ ଖେଳିବା ପକ୍କା

ମେଲବୋର୍ନ, ୩ା୯: ଓମେନ୍ସ ବିଗ୍‌ ବାଶ୍‌ ଲିଗ୍‌ (ଡବ୍ଲ୍ୟୁବିବିଏଲ୍‌)ର ବିଦେଶୀ ଖେଳାଳି ଚିଠାରେ କେବଳ ଜଣେ ମାତ୍ର ଭାରତୀୟ ହରମନପ୍ରୀତ କୌର ସ୍ଥାନ ପାଇଛନ୍ତି। ମେଲବୋର୍ନ ରେନେଗେଡ୍ସ ତାଙ୍କୁ ଦଳରେ ରଖିଛି।

ଉଦ୍‌ଘାଟନୀ ଡବ୍ଲ୍ୟୁବିବିଏଲ୍‌ ବିଦେଶୀ ଖେଳାଳି ତାଲିକାରେ ୟାସ୍ତିକା ଭାଟିଆ, ଜେମିମା ରୋଡ୍ରିଗୁଏଜ୍‌ ଏବଂ ଦିପ୍ତୀ ଶର୍ମାଙ୍କ ସମେତ ୧୮ଜଣ ଭାରତୀୟ ଖେଳାଳି ବିଦେଶୀ ଖେଳାଳି ଚିଠାରେ ସ୍ଥାନ ପାଇଥିଲେ। ମାତ୍ର ଏମାନଙ୍କ ମଧ୍ୟରୁ କୌଣସି ଖେଳାଳିଙ୍କୁ ନିଆଯାଇ ନାହିଁ।

ପ୍ଲାଟିନମ କାଟେଗୋରିରେ ରହିଥିବା ହରମନପ୍ରୀତଙ୍କ ବ୍ୟତୀତ ଓ୍ବେଷ୍ଟଇଣ୍ଡିଜର ହେଲି ମାଥ୍ୟୁସ ରେନେଗେଡ୍ସ ଦଳରେ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ୨୦୨୧-୨୨ ସିଜନରେ ରେନେଗେଡ୍ସ ପାଇଁ ହରମନପ୍ରୀତଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ସେ ୧୨ଟି ଇନିଂସରେ ୫୮.୦୦ ଆଭରେଜରେ ୪୦୬ ରନ ସ୍କୋର କରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ୧୩୦.୯୬ ରହିଥିବା ବେଳେ ସେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ଟପ୍‌ ସ୍କୋର ଅପରାଜିତ ୮୧ ରନ ରହିଥିଲା। ସେ ଭଲ ବୋଲିଂ ମଧ୍ୟ କରିଥିଲେ।