Categories: Home Leftଖେଳ

ହରମନପ୍ରୀତ କୌର ହାତରେ କଲେ ବିଶ୍ୱକପ ଟ୍ରଫିର ଟାଟୁ, ଭାବପ୍ରବଣ ପୋଷ୍ଟ ଶେୟାର କରି କହିଲେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର ତାଙ୍କ ଜୀବନରେ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ଯାହାର ସ୍ବପ୍ନ ପ୍ରତ୍ୟେକ କ୍ରିକେଟର ଦେଖିଥାନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୨୫ ମହିଳା ବିଶ୍ୱକପ ଜିତିଛି। ଏହି ମୁହୂର୍ତ୍ତକୁ ଜୀବନ୍ତ ରଖିବା ପାଇଁ ହରମନପ୍ରୀତ କୌର ତାଙ୍କ ହାତରେ ବିଶ୍ୱକପ ଟ୍ରଫି ଟାଟୁ କରାଇଛନ୍ତି। ହରମନପ୍ରୀତ କୌର ମଧ୍ୟ ଟାଟୁର ଏକ ଫଟୋ ଶେୟାର କରିଛନ୍ତି।

ଭାରତୀୟ ଅଧିନାୟକ ହରମନପ୍ରୀତ କୌର ବିଶ୍ୱକପ ଜିତିବାର ମାତ୍ର ତିନି ଦିନ ପରେ ତାଙ୍କ ହାତରେ ବିଶ୍ୱକପ ଟ୍ରଫି ଟାଟୁ କରାଇଛନ୍ତି। ଟାଟୁର ଏକ ଫଟୋ ଶେୟାର କରି ହରମନପ୍ରୀତ ବିଶ୍ୱକପ ଟ୍ରଫି ବିଷୟରେ ଲେଖିଛନ୍ତି, ମୋ ଚର୍ମରେ ଏବଂ ମୋ ହୃଦୟରେ ସବୁଦିନ ପାଇଁ ଖୋଦିତ। ମୁଁ ପ୍ରଥମ ଦିନରୁ ତୁମକୁ ଅପେକ୍ଷା କରିଆସିଛି, ଏବଂ ଏବେ ମୁଁ ତୁମକୁ ପ୍ରତିଦିନ ସକାଳେ ଦେଖିପାରୁଛି। ଏହା ଭଲ ଲାଗୁଛି।

 

Dharitri – The Largest & Most Trusted Odia Daily

\