ତାମିଲନାଡୁଠାରେ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଖବର ପ୍ରକାଶ ପରେ ପରିବାରକୁ ମିଳିଲା ହରିଶ୍ଚନ୍ଦ୍ର ଅନୁଦାନ

ଦାରିଙ୍ଗବାଡି, ୨୦।୭ (ଅରୁଣ ସାହୁ): ଗ୍ରୀନବାଡି ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ଉପଭୋକ୍ତାଙ୍କୁ ମିଳୁନି ଅନୁଦାନ। ଏ ସମ୍ପର୍କିତ ଖବର ରବିବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶିତ ହେବା ପରେ ଗ୍ରୀନବାଡି ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।  ରବିବାର ଛୁଟି ଥାଇ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଡକାଇ ହରିଶ୍ଚନ୍ଦ୍ର ଯୋଜନାର ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗ୍ରୀନବାଡି ପଞ୍ଚାୟତର ଜଣେ ଯୁବକ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ରାସ୍ତା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ମୃତକ ଥିଲେ ରଘୁନାଥ ନାୟକ। ତାଙ୍କ ମୃତ ଶରୀର ନିଜ ଗାଁ ରେ ଗୁରୁବାର ପହଞ୍ଚି ଶେଷକୃତ୍ୟ ସରିଥିବାର ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ସରକାରୀ ସହାୟତା କିମ୍ବା  ଶେଷକୃତ୍ୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ସହାୟତା ରାଶି ଦିଆଯାଇନଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

Share