ଖପ୍ରାଖୋଲ, ୨୩।୨(ଅଭୟ ତ୍ରିପାଠୀ)-ବଲାଙ୍ଗୀର ଜିଲା ଖପ୍ରାଖୋଲର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ଦାନ ହୁଣ୍ଡି ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଖୋଲାଯାଇଛି। ମନ୍ଦିର ମଧ୍ୟରେ ଥିବା ଦାନହୁଣ୍ଡିକୁ କଡ଼ା ସୁରକ୍ଷା ମଧ୍ୟରେ ଦେବୋତ୍ତର ବିଭାଗ ତଥା ମନ୍ଦିର ପ୍ରଶାସନ ତରଫରୁ ଖୋଲାଯାଇ ଟଙ୍କା ଗଣତି କରାଯାଇଥିଲା।
ହୁଣ୍ଡି ମଧ୍ୟରୁ ମୋଟ ୧ଲକ୍ଷ ୭୮ ହଜାର ୭୮୭ ଟଙ୍କା ମିଳିଥିବା ବେଳେ ଏକ ଛୋଟ ରୂପା ଚେନ ଓ ଏକ ଛୋଟ ସୁନା ଖଣ୍ଡ ମିଳିଥିବା ଜଣାଯାଇଛି। ଗଣତି ବେଳେ ପାଟଣାଗଡ଼ ଦେବୋତ୍ତର ପ୍ରତିନିଧି ଭାବରେ ଆସିଷ୍ଟାଣ୍ଟ କଲେକ୍ଟର ହେତୁରାମ ବିଭାର, ହରିଶଙ୍କର ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମ୍ଭାର, ଯୁଗଳ ରାଉତ, ଆଶୁତୋଷ ନନ୍ଦ, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର, ମନ୍ଦିର ପୂଜକ ନରସିଂହ ପୂଝାରୀ, ଅଭୟ ତ୍ରିପାଠୀ, ଶଶି ପୂଝାରୀ, ରୋହିତ ମେହେର, ଭାଗ୍ୟବନ୍ତ ସାହୁ, ତୁଳା ବରିହା ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘଦିନ ପରେ ହୁଣ୍ଡି ଖୋଲାଯାଇ ଥିବାରୁ କିଛି ଟଙ୍କା ଓଦା ହୋଇ ନଷ୍ଟ ହୋଇଥିବା ଦେଖାଯାଇଥିଲା।