ଦୁବାଇ,୮।୯: ଏସିଆ କପ ୨୦୨୫ ମଙ୍ଗଳବାର, ୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି, ଯେଉଁଥିରେ ଭାରତୀୟ ଦଳ ପ୍ରଥମ ମ୍ୟାଚ ୧୦ ସେପ୍ଟେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ବିପକ୍ଷରେ ଖେଳିବ। ଏହା ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ତାଙ୍କ ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ ଓ ନୂଆ ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି।
ଅଭ୍ୟାସ ସମୟରେ ପାଣ୍ଡ୍ୟାଙ୍କ ହାତରେ ରିଚାର୍ଡ ମିଲ ଆରଏମ ୨୭-୦୪ ଘଣ୍ଟା ଦେଖାଯାଇଥିଲା, ଯାହାର ମୂଲ୍ୟ ପ୍ରାୟ ୧୮ କୋଟି ଟଙ୍କା। ଏହି ଘଣ୍ଟା ଟେନିସ ଖେଳାଳୀ ରାଫେଲ ନାଡାଲଙ୍କ ପାଇଁ ତିଆରି ହୋଇଥିବା ସ୍ପେଶାଲ ଏଡିସନ।
ଏସିଆ କପ ୨୦୨୫ରେ ବିଜେତା ଦଳକୁ ୨.୬ କୋଟି ଟଙ୍କା ପୁରସ୍କାର ରାଶି ମିଳିବ, ଯାହା ପାଣ୍ଡ୍ୟାଙ୍କ ଘଣ୍ଟା ମୂଲ୍ୟର ପ୍ରାୟ ୭ ଗୁଣ କମ୍। ପାଣ୍ଡ୍ୟା ନିଜର ଅଭ୍ୟାସ ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ‘ବ୍ୟାକ ଟୁ ବିଜନେସ’ କ୍ୟାପସନ ଦେଇଛନ୍ତି। ସେ ଏସିଆ କପ ପାଇଁ ନୂଆ ହେୟାରଷ୍ଟାଇଲ ଗ୍ରେ ସେଡ୍ ଓ କଳା ଦାଢ଼ି ସହ ନୂଆ ଲୁକରେ ନଜର ଆସିଛନ୍ତି।