Categories: Home Leftଖେଳ

ପୋଲାର୍ଡଙ୍କ ଅତିଥି ସାଜିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୫।୮: ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର କିରନ୍‌ ପୋଲାର୍ଡଙ୍କ ଘରେ ଅତିଥି ସାଜିଲେ ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମୟରେ ବିରତି ନେଇ ସେ ପୋଲାର୍ଡଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଉଭୟ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିବାରୁ ବନ୍ଧୁତା ଆହୁରି ଘନିଷ୍ଠ ହୋଇଛି ବୋଲି କୁହାଯାଉଛି।

ଉଭୟଙ୍କ ଭେଟ୍‌ଘାଟର ଅନେକ ଫଟୋ ପୋଷ୍ଟ କରି ହାର୍ଦ୍ଦିକ କହିଛନ୍ତି, ରାଜାଙ୍କ ଘରକୁ ନ ଗଲେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମ୍ପୂର୍ଣ୍ଣ ନୁହେଁ। ମୋର ପ୍ରିୟ ପଲି ଏବଂ ତୁମର ସୁନ୍ଦର ପରିବାର, ମୋତେ ଦେଇଥିବା ଆତିଥ୍ୟତା ଲାଗି ଧନ୍ୟବାଦ ଭାଇ ବୋଲି ସେ କହିଛନ୍ତି।

କହିରଖୁଛୁ, ପାଣ୍ଡ୍ୟା ଏବେ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସ ଦଳର ଅଧିନାୟକ ପାଲଟିଛନ୍ତି। ହେଲେ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ଅଛନ୍ତି। ଉଭୟ ଖେଳାଳି କିନ୍ତୁ ଅନେକ ବର୍ଷ ଧରି ଗୋଟିଏ ଦଳ ପାଇଁ ଖେଳି ଆସୁଥିଲେ।