ପାଣ୍ଡ୍ୟାଙ୍କ ଲୁହ ଛଳଛଳ ଆଖିର ଫଟୋ ପୋଷ୍ଟ କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

ଟି -୨୦ବିଶ୍ୱକପ୍‌ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୋସିଆଲ ମିଡିଆରେ ମଜାକ୍‌ ଉଡା ଯାଇଥିଲା। ମାତ୍ର ୨୦୨୪ ଟି -୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ସେ ଚୁପ୍‌ କରିଦେଇଥିଲେ। ଏ ନେଇ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏକ୍ସରେ ଏକ ପୋଷ୍ଟ ଶେୟାର କରି ଏହି ଅଲରାଉଣ୍ଡରଙ୍କୁ ପ୍ରଶଂସା କରିଛନ୍ତି । ପାଣ୍ଡ୍ୟାଙ୍କ ପ୍ରଶଂସକମାନେ ମଧ୍ୟ ଏହି ପୋଷ୍ଟରେ ନିଜର ମତାମତ ଦେଉଛନ୍ତି।

ଭାରତର ଟି-୨୦ବିଶ୍ୱକପ୍‌ ବିଶ୍ୱକପ୍‌ ବିଜୟ ପରେ ମହିନ୍ଦ୍ରା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଲୁହ ଛଳଛଳ ଆଖିର ଫଟୋ ଶେୟାର କରି ଲେଖିଛନ୍ତି – କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ପରିହାସ କରାଯାଇଥିବା ଏହି ଖେଳାଳିଙ୍କ ଚେହେରା। ବିଜୟ ପରେ ତାଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା। ଟି-୨୦ବିଶ୍ୱକପ୍‌ ଫାଇନାଲର ଶେଷ ଓଭରରେ ଚମତ୍କାର ବୋଲିଂ କରି ଭାରତର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପୁନର୍ବାର ହିରୋ ହୋଇଥିଲେ । ଏହା ଆମକୁ ଶିକ୍ଷା ଦିଏ ଯେ ଯଦି ଜୀବନରେ କେବେ ତଳକୁ ଚାଲିଯାଅ ପୁଣି ଥରେ ଉପରକୁ ଉଠିବାକୁ ସାହାସ ରଖ। ପୁଣି ଠିଆ ହୋଇ ହିରୋ ହୋଇପାରିବ! ଏହା ମୋ ପାଇଁ ସୋମବାର ମୋଟିଭେସନ ବୋଲି ଆନନ୍ଦ କ୍ୟାପ୍‌ଶନରେ ଲେଖିଛନ୍ତି।