ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସବୁଠାରୁ ବଡ଼ ଶକ୍ତି ‘ହନୁମାନ ଚାଳିଶା’

ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟ ଟିମ୍‌ ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପହଞ୍ଚି ସାରିଛି। ଦଳ ମାର୍ଚ୍ଚ ୨ ରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଏହା ପୂର୍ବରୁ ଅନେକ ଭାରତୀୟ ଖେଳାଳି ସାକ୍ଷାତକାର ଦେଇ ନିଜ ବିଷୟରେ ଅନେକ ଖୁଲାସା କରିଛନ୍ତି। ତେବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରକାଶ କରିଥିଲେ ଯେ ସେ ତାଙ୍କ ଫୋନରେ ହନୁମାନ ଚାଳିଶା ସବୁଠାରୁ ଅଧିକ ଶୁଣନ୍ତି।

ଷ୍ଟାର ସ୍ପୋର୍ଟସ X ରେ ଏକ ଭିଡିଓ ଶେୟାର କରିଛି। ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା, ଶ୍ରେୟାସ ଆୟର, ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ଅନେକ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଯେତେବେଳେ ହାର୍ଦ୍ଦିକଙ୍କୁ ତାଙ୍କ ଫୋନରେ ଥିବା ୱାଲପେପର ବିଷୟରେ ପଚରାଗଲା, ସେ ଦେଖାଇଲେ ଯେ ଏଥିରେ ତାଙ୍କର ଏବଂ ତାଙ୍କ ପୁଅ ଅଗସ୍ତ୍ୟଙ୍କ ଫଟୋ ଅଛି। ଏହା ପରେ ତାଙ୍କୁ ପଚରାଗଲା, ତୁମ ଫୋନରେ ସବୁଠାରୁ ଅଧିକ ବାଜିଥିବା ଗୀତ କେଉଁଟି? ଏହାର ଜବାବରେ ହାର୍ଦ୍ଦିକ ’ହନୁମାନ ଚାଳିଶା’ର ନାମ ନେଇଥିଲେ।

ସେହିଭଳି ମହମ୍ମଦ ଶାମି, ରବିନ୍ଦ୍ର ଜାଡେଜା ଏବଂ ଶ୍ରେୟାସ ଆୟରଙ୍କୁ ସେମାନଙ୍କ ଫୋନ ୱାଲପେପର ବିଷୟରେ ପଚରାଯାଇଥିଲା। ଶାମି ଦେଖାଇଲେ ଯେ ୱାଲପେପରରେ ତାଙ୍କ ଝିଅର ଫଟୋ ଅଛି। ଜାଡେଜାଙ୍କ ୱାଲପେପରରେ କାହାର ଫଟୋ ନ ଥିଲା। ଶ୍ରେୟାସଙ୍କ ଫୋନ୍‌ ୱାଲପେପରରେ ତାଙ୍କ ପିଲାଦିନର ଏକ ଫଟୋ ଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କୁ ବାଂଲାଦେଶ ବିପକ୍ଷରେ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା। ସେ କୌଣସି ଉଇକେଟ ପାଇ ନ ଥିଲେ କିନ୍ତୁ ସେ ୪ ଓଭରରେ କେବଳ ୨୦ ରନ ଦେଇଥିଲେ। ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ୮ ଓଭରରେ ୩୧ ରନ ଦେଇ ୨ ଉଇକେଟ ନେଇଥିଲେ, ଯେଉଁଥିରୁ ଗୋଟିଏ ଥିଲା ବାବର ଆଜମଙ୍କ ଉଇକେଟ ଥିଲା।

Share
Tags: Sports News