Categories: Home Middleଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା; ପ୍ରଥମ ମ୍ୟାଚ୍ ଓଡ଼ିଶାରେ

ମୁମ୍ବାଇ,୩।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଏବଂ ଶୁବମନ୍ ଗିଲ୍ଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ଆହତ କାରଣରୁ ଦଳରୁ ବାଦ୍ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳକୁ ଫେରିଛନ୍ତି। ଏହା ସହିତ ଦ୍ରୁତ ବୋଲର ଯଶପ୍ରୀତ ବୁମରା ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରୁ ବିଶ୍ରାମ ପରେ ଟି-୨୦ ଦଳରେ ସାମିଲ ହୋଇଛନ୍ତି।

ଟେଷ୍ଟ ସିରିଜ୍‌ରେ ବେକରେ ଆହତ ହୋଇଥିବା ଉପ-ଅଧିନାୟକ ଶୁବମନ୍ ଗିଲ୍‌ଙ୍କୁ ଟି-୨୦ ସିରିଜ୍‌ରେ ଖେଳିବା ପୂର୍ବରୁ ବିସିସିଆଇ ର ସେଣ୍ଟର ଅଫ୍ ଏକ୍ସିଲେନ୍ସରୁ ଫିଟନେସ୍ କ୍ଲିୟରାନ୍ସ ଆଣିବାକୁ ପଡ଼ିବ।

ଏହି ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକ ମୁଲ୍ଲାନପୁର (ଡିସେମ୍ବର ୧୧), ଧର୍ମଶାଳା (ଡିସେମ୍ବର ୧୪), ଲକ୍ଷ୍ନୌ (ଡିସେମ୍ବର ୧୭), ଏବଂ ଅହମ୍ମଦାବାଦ (ଡିସେମ୍ବର ୧୯) ରେ ଅନୁଷ୍ଠିତ ହେବ।

ଭାରତୀୟ ଟିମ୍: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ୍ ଗିଲ୍ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର।