Categories: Home Middleଖେଳ

ସବୁ ଚର୍ଚ୍ଚାର ଘଟିଲା ଅନ୍ତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ରଖିଲା ଗୁଜରାଟ ଟାଇଟାନ୍ସ

ମୁମ୍ବାଇ,୨୬।୧୧: ସମସ୍ତେ ଅପେକ୍ଷାର ଅନ୍ତ ଘଟାଇ ବଡ଼ ଘୋଷଣା କରିଛି ଗୁଜରାଟ ଟାଇଟାନ୍ସ। ହାର୍ଦ୍ଦିକ ପାଣ୍ଡ୍ୟା ଦଳ ସହିତ ରହିବେ ବୋଲି ଘୋଷଣା କରିଛି ଗୁଜରାଟ ଟାଇଟାନ୍ସ। ଏହା ସହିତ ହାର୍ଦ୍ଦିକଙ୍କୁ ଦଳରେ ରଖି ରଖି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି।

ତେବେ ଗୁଜରାଟ ଦ୍ରୁତ ବୋଲର ୟଶ ଦିନଲ, କେ.ଏସ ଭରତ, ଶିବମ ମାଭି, ଉର୍ବିଲ ପଟେଲ, ପ୍ରଦୀପ ସାଙ୍ଗୱାନ, ଓଡିନ ସ୍ମିଥ, ଅଲଜାରି ଜୋସେଫ, ଦସୁନ ଶନକାଙ୍କୁ ରିଲିଜ କରିଛି।

ରିପୋର୍ଟ ଅନୁଯାୟୀ ମୁମ୍ବାଇ ଏକ ଗୁପ୍ତ ଟ୍ରାନ୍ସଫର ଫି ଦେଇ ମୁମ୍ବାଇ ୧୫ କୋଟି ଟଙ୍କା ବଦଳରେ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲା। ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ୨୦୨୨ରେ ଚାମ୍ପିଅନ ହୋଇଥିଲା। ୨୦୨୩ରେ ପୁନର୍ବାର ଦଳ ଫାଇନାଲ୍ରେ ପହଞ୍ଚି ଅଳ୍ପରେ ଚେନ୍ନାଇଠାରୁ ପରାଜୟର ସାମ୍ନା କରିଥିଲା। ପୂର୍ବରୁ ହାର୍ଦ୍ଦିକ ମୁମ୍ବାଇ ସହିତ 2015,2017,2019 ଏବଂ 2020ରେ ଆଇପିଏଲ ଟ୍ରଫି ଜିତିଛନ୍ତି।

Share