Categories: Home Leftଖେଳ

ହାର୍ଦ୍ଦିକ, ଗିଲ, ରଶିଦଙ୍କୁ ନେବ ଅହମ୍ମଦାବାଦ

ନୂଆଦିଲ୍ଲୀ, ୧୭ା୧- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ନୂଆ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌ ହାର୍ଦ୍ଦିକ ପାଣ୍ଡ୍ୟା, ଆଫଗାନିସ୍ତାନ ଲେଗ୍‌ ସ୍ପିନର ରଶିଦ ଖାଁ ଏବଂ ଶୁବମାନ ଗିଲଙ୍କୁ ଦଳରେ ନେବ। ସିଭିସି କ୍ୟାପିଟାଲ ପାର୍ଟନର୍ସ (ଇରେଲିଆ କମ୍ପାନୀ ଲିମଟେଡ୍‌) ମାଲିକାନାରେ ଥିବା ଫ୍ରାଞ୍ଚାଇଜ ଏହାର କୋଚିଂ ଷ୍ଟାଫଙ୍କ ନାମ ମଧ୍ୟ ସ୍ପଷ୍ଟ କରିଛି। ପୂର୍ବତନ ଭାରତୀୟ ପେସର ଆଶିଷ ନେହରା ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟର ତଥା ଟିମ୍‌ ଇଣ୍ଡିଆ କୋଚ୍‌ ଗ୍ୟାରି କର୍ଷ୍ଟନଙ୍କୁ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ଦିଆଯାଇଛି। ଦୁହେଁ ଦ୍ୱିତୀୟ ଥର ପାଇଁ ଏକାଠି ଗୋଟିଏ ଫ୍ରାଞ୍ଚାଇଜରେ କାମ କରିବାକୁ ଯାଉଛନ୍ତି। ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଗୋଟିଏ ସମୟରେ କୋଚିଂ ଦାୟିତ୍ୱରେ ଥିଲେ।